ଯବାନଙ୍କ ସହ ଦଶହରା ମନାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କେନ୍ୟୁଜ୍(ବ୍ୟୁରୋ):  ଯବାନଙ୍କ ସହ ଦଶହରା ମନାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିକ୍କିମ୍‌ରେ LACରେ ଅସ୍ତ୍ର ପୂଜା କରିବେ। ପୂର୍ବ ଲଦ୍ଦାଖରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ LACରେ ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସିକ୍କିମରେ ଭାରତୀୟ ସେନା ସହ ଦଶହରା ପାଳନ କରିବେ।

୨୦୧୯ରେ ରାଜନାଥ ବିଜୟାଦଶମୀ ଅବସରରେ ଫାନ୍ସରେ ଶସ୍ତ୍ର ପୂଜା କରିଥିଲେ। ଏହି ୨ ଦିନିଆ ଗସ୍ତ ଅବସରରେ ଶନିବାର ଦାର୍ଜିଲିଂରେ ଯବାନଙ୍କୁ ଭେଟିଥିଲେ। ଫରୱାର୍ଡ ଅଞ୍ଚଳରେ ସେନାର କିପରି ପ୍ରସ୍ତୁତି ରହିଛି ସେନେଇ ସମୀକ୍ଷା କରିଥିଲେ ରାଜନାଥ। ପ୍ରତ୍ୟେକ ପରିସ୍ଥିତିରେ ପ୍ରସ୍ତୁତ ରହିବାକୁ ଯବାନଙ୍କୁ ପରାମର୍ଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.