Below header

ଦିଲ୍ଲୀ ଶସ୍ୟ ଗୋଦାମରେ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି , ଶତାଧିକ ଲୋକ ଗୁରୁତର

ନୂଆଦିଲ୍ଲୀ (କେନ୍ୟୁଜ୍) : ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଶସ୍ୟ ଗୋଦାମରେ ନିଆଁ ଲାଗି ୪୩ ମୃତ। କେନ୍ଦ୍ରୀୟ ଦିଲ୍ଲୀର ଜନବହୁଳ ଝାନସୀ ରାଣୀ ରୋଡ ଠାରେ ଥିବା ଶସ୍ୟ ଗୋଦାମରେ ନିଁଆ ଲାଗିଯାଇଥିଲା। ଏଥିରେ ୪୩ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି। ସକାଳ ପ୍ରାୟ ୫ଟାରେ ଏହି ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ପୁରା ୩ ମହଲା କୋଠାକୁ ବ୍ୟାପିଯାଇଥିଲା।

DELHI FIREନିଆଁ ଲିଭାରେ  ୫୦ରୁ ଅଧିକ ଦମକଳ ଗାଡି ନିୟୋଜିତ ଅଛନ୍ତି। ମୃତକମାନେ ଶ୍ରମିକ ଶ୍ରେଣୀର ଓ ସେମାନେ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିଲେ। ଅନେକଙ୍କୁ ଉଦ୍ଧାର କରାଯାଇ ଦିଲ୍ଲୀର ଭିନ୍ନ ଭିନ୍ନ ୪ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ୩୫ଜଣ ପ୍ରାଣ ହରାଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

delhiଅନେକଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ସେପଟେ ନିଆଁକୁ ଆୟତ୍ତ କରାଯାଇଥିବା ନୂଆଦିଲ୍ଲୀ ଅଗ୍ନିଶମ ବିଭାଗ ଉପମୁଖ୍ୟ ଅଧିକାରୀ ସୁନିଲ ଚୌଧୁରୀ କହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦିଲ୍ଲୀର ସବୁଠାରୁ ବଡ଼ ଉଦ୍ଧାର କାର୍ଯ୍ୟ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

fireସେପଟେ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଯିବାପାଇଁ ରାଣୀ ଝାନସୀ ଫ୍ଲାଏ ଓଭରକୁ ଟ୍ରାଫିକ ପୋଲିସ ପକ୍ଷରୁ ବନ୍ଦ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଓ ଆହତଙ୍କ ପାଇଁ ୧ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.