Below header

ଫିଲ୍ମ ‘ପାନିପତ୍‌’କୁ ନେଇ ରାଜସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ, ଆଶୁତୋଷଙ୍କ କୁଶପୁତ୍ତଳିକା ଦାହ

ନିର୍ଦ୍ଦେଶକ ଆଶୁତୋଷ ଗ୍ଵାରିଓକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପାନିପତ’ ରିଲିଜ ହୋଇଛି। ଫିଲ୍ମକୁ ପ୍ରଥମରୁ ମିଳିତ ପ୍ରତିକ୍ରିୟା ମିଳିବା ସହିତ ଠିକ୍‌ଠାକ୍‌ ଆରମ୍ଭ ହୋଇଥିଲା। ଏବେ ଏହି ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ ରାଜସ୍ଥାନର କିଛି ଭାଗରେ ବିରୋଧ କରାଯାଇଛି।

panipat 1

ସୂଚନା ମୁତାବକ, ଫିଲ୍ମକୁ ନେଇ ରାଜସ୍ଥାନର ଭରତପୁରର ଜାଟ୍‌ ସଂପ୍ରଦାୟ ଆପତ୍ତି କରିଛନ୍ତି। ସ୍ଥାନୀୟ ଲୋକ ଆଶୁତୋଷଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି। ସେମାନେ କହିଛନ୍ତି, ଫିଲ୍ମରେ ମହାରାଜା ସୁରଜମଲଙ୍କ ଚରିତ୍ରକୁ ଭୁଲ ଭାବେ ପ୍ରଦର୍ଶିତ କରାଯାଇଛି। ଫିଲ୍ମରେ ମହାନ ମରାଠା ଯୋର୍ଦ୍ଧା ସଦାଶିବ ରାଓ ଭାଓ (ଅର୍ଜୁନ କପୁର) ମହାରାଜା ସୁରଜମଲଙ୍କୁ ଆଫଗାନୀଙ୍କ ବିପକ୍ଷରେ ସାହାଯ୍ୟ କରିବାକୁ କହୁଛନ୍ତି, କିନ୍ତୁ ସୁରଜମଲ ଏହା ବଦଳରେ ଅନ୍ୟ କିଛି ଜିନିଷ ଚାହୁଛନ୍ତି। ଯେତେବେଳେ ତାଙ୍କ ଦାବି ପୂରଣ ନ ହେଉଛି, ସେ ସଦାଶିବଙ୍କୁ ଯୁଦ୍ଧରେ ସାହାଯ୍ୟ କରିବେନି ବୋଲି ମନା କରୁଛନ୍ତି। କିଛି ଲୋକ ଏହି ତଥ୍ୟକୁ ନେଇ ପ୍ରଦର୍ଶନ ଜାରି ରଖିଛନ୍ତି।

ଏହାସହ ପଢ଼ନ୍ତୁ ; ବ୍ରେଡ୍-ବଟର ଭଳି ହୋଇଥାଏ ଆକ୍ଟିଂ ଏବଂ ସେକ୍ସ : କାର୍ତ୍ତିକ ଆରିୟନ୍‌

ସୂଚନାଯୋଗ୍ୟ, ପୂର୍ବରୁ ଏହି ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିଲା। ଫିଲ୍ମରେ କୃତି ସଦାଶିବ ଭାଓଙ୍କ ପତ୍ନୀ ପାର୍ବତୀବାଈ ଭୂମିକାରେ ନଜର ଆସିଛନ୍ତି। ପୂର୍ବରୁ ତାଙ୍କର ଏକ ଡାଏଲଗ୍‌ ନେଇ ବିବାଦ ଦେଖାଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.