ପାନପିକ ଦାଗରେ ବିରକ୍ତ ହୋଇ ଏହି ସହର ଆପଣାଇଲା ନିଆରା ଉପାୟ, ଏବେ ଏମିତି ସଫା ରଖାଯିବ ରାସ୍ତା

ରାସ୍ତାରେ ପାନ ଛେପର ଦାଗ ନ ରଖିବାକୁ ଏକ ଅଦ୍ଭୁତ ଉପାୟ ଅବଲମ୍ବନ କରାଯାଇଛି। ଗୌହାଟୀରେ ଜିଏସ୍‌ ରୋଡ୍‌ ଉପରେ ପାନ ଛେପର ଦାଗ ଯେପରି ନ ରହିବ ସେଥିପାଇଁ ଅଧିକାରୀମାନେ କଂକ୍ରିଟ୍‌ ଡିଭାଡରକୁ ପଲିଥିନ୍‌ର ଚାଦରରେ ଢାଙ୍କି ଦେଇଛନ୍ତି। ଡିସେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନୀ କାଉଣ୍ଟରପାର୍ଟ ସିନାଜୋ ଆବେଙ୍କ ଗୌହାଟୀ ଗସ୍ତକୁ ଦଷ୍ଟିରେ ରଖି ଏଭଳି କରାଯାଇଥିବା ଜଣାଯାଇଛି।

ବିବିଆଇପି ବୈଠକ ପୂର୍ବରୁ ସହରର ସୌନ୍ଦର୍ଯ୍ୟକରଣ କରିବା ଅବସରରେ ଡିଭାଇଡରକୁ କଳା ଧଳା ରଙ୍ଗରେ ରଙ୍ଗ କରାଯାଇଥିଲା। କିନ୍ତୁ ମାତ୍ର କିଛି ଘଣ୍ଟା ପରେ ଲୋକେ ତାହା ଉପରେ ପାନଛେପ ବା ପାନପିକ ପକାଇ ନଷ୍ଟ କରିଦେଇଥିଲେ। ଫଳରେ ଅନ୍ୟ ଉପାୟ ନ ଗୌହାଟୀ ନଗର ନିଗମ ପକ୍ଷରୁ ରାସ୍ତାର ଡିଭାଡରକୁ ପଲିଥିନ୍‌ରେ ଘୋଡ଼ାଇ ଦିଆଯାଇଛି।

ଏହାସହ ପଢ଼ନ୍ତୁ: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଘାତକ ହେବାକୁ ପ୍ରସ୍ତୁତ ଅଛନ୍ତି ଏହି ହେଡ୍‌ କନେଷ୍ଟବଳ

ନିଗମ ତରଫରୁ କୁହାଯାଇଛି ଯେ ପଲିଥିନ୍‌ ଘୋଡ଼ାଇବା ଦ୍ୱାରା ଲୋକମାନେ ପାନ ଛେପ ପକାଇଲେ ମଧ୍ୟ ରାସ୍ତାର ରଙ୍ଗ ଖରାପ ହେବ ନାହିଁ। କାର୍‌ରେ ଯାଉଥିବା ଲୋକ ଗ୍ଲାସ୍‌କୁ ତଳକୁ କରି ରାସ୍ତା ଉପରେ ଛେପ ପକାଉଥିବାରୁ ଏଭଳି କରାଯାଇଥିବା ସେ କହିଛନ୍ତି। ତେବେ ରାସ୍ତାକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ରମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.