ସାଧାରଣତଃ କୌଣସି ବ୍ୟାଙ୍କର ସେଭିଙ୍ଗ ଆକାଉଣ୍ଟରେ ଯଦି ଖାତା ଧାରକ ମାନେ ନ୍ୟୁନତମ ବାଲାନ୍ସ ନ ରଖନ୍ତି ତେବେ ପେନାଲଟି ଦେବାକୁ ପଡିଥାଏ ।କିନ୍ତୁ ଅନ୍ୟ ପକ୍ଷରେ ସାଲାରୀ ଆକାଉଣ୍ଟ ଧାରକ ମାନଙ୍କ ପାଇଁ ଏମିତି କିଛି ନିର୍ଦ୍ଦିଷ୍ଟ ନିୟମ ନଥାଏ । ଏହାବାଦ ଆହୁରି ମଧ୍ୟ କିଛି ଆକାଉଣ୍ଟ ମାନ ରହିଛି ଯେଉଁଥିରେ ନ୍ୟୁନତମ ବାଲାନ୍ସ ରଖିବା ବାଧ୍ୟତା ମୂଳକ ନୁହେଁ ।
ଜନଧନ ଖାତାରେ ମିଳିଥାଏ ଏହି ସୁବିଧା:
ଏହି ଖାତା ଗୁଡିକ ମଧ୍ୟରେ ରହିଛି ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା । ଏଥିରେ ଆପଣ ଓଭରଡ୍ରାଫ୍ଟ ସୁବିଧା ସହିତ ଡେଭିଡ କାର୍ଡର ସୁବିଧା ମଧ୍ୟ ପାଇ ପାରିବେ । ଏହି ଡେଭିଡ କାର୍ଡରେ ଆପଣଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ଆକ୍ସିଡେଣ୍ଟ ଇନ୍ସୁରାନ୍ସ ଫ୍ରି’ ସୁବିଧା ପାଇପାରିବେ ।
କଣ ରହିଛି ଓଭରଡ୍ରାଫ୍ଟ ସୁବିଧାର ସର୍ତ୍ତ:
ଓଭରଡ୍ରାଫ୍ଟ ସୁବିଧା ପାଇବା ପାଇଁ ଜନ ଧନ ଯୋଜନାର ଖାତା ଧାରକ ମାନଙ୍କୁ ପ୍ରଥମ ୬ ମାସ ପର୍ଯ୍ୟାପ୍ତ ବାଲାନ୍ସ ରଖିବା ଅନିରବାର୍ଜ୍ୟ ଅଟେ । ଏହା ସହ ସେମାନେ ନିଜ ଡେଭିଡ କାର୍ଡ ସହାୟତାରେ ରେଗୁଲାର ଟ୍ରାଞ୍ଜାକ୍ସନ କରିବା ମଧ୍ୟ ଜରୁରୀ ଅଟେ । ଏହାବାଦ ଯେଉଁ ବ୍ୟାଙ୍କରେ ଏହି ଖାତା ଖୋଲା ଯାଇଥିବ ତାହା ଯଦି ସେହି ବ୍ୟକ୍ତିଙ୍କୁ ବ୍ୟାଙ୍କ ଯୋଗ୍ୟମାନେ ତେବେ ଖାତାଧାରକ ମାନଙ୍କୁ ୫,୦୦୦ ଟଙ୍କାର ଓଭରଡ୍ରାଫ୍ଟର ସୁବିଧା ମିଳିପାରିବ । କିନ୍ତୁ ଏହି ଖାତା ଆଧାର ସହ ଲିଙ୍କ ହେବା ନିହାତି ଜରୁରୀ ଅଟେ । ଏକ ସାମାନ୍ୟ ସୁଧ ଶୁଝିବା ପରେ ଆପଣ ଏହି ଓଭରଡ୍ରାଫ୍ଟର ସୁବିଧା ନେଇ ପାରିବେ । ଯଦି ଖାତା ଧାରକ ମାନେ ନିଜ ପୁରୁଣା ଖାତା ଗୁଡିକୁ ସମୟ ଅନୁସାରେ କ୍ଲିୟର କରୁଥିବେ ତେବେ ଆଗକୁ ସେମାନଙ୍କୁ ଲୋନ ନେବାର ସୁବିଧା ମାନ ମିଳିବ ।
ଏହା ସହ ପଢନ୍ତୁ: ସାଧାରଣ ଲୋକଙ୍କୁ ଖୁବ୍ଶୀଘ୍ର ମିଳିବ ଇନ୍କମ ଟ୍ୟାକ୍ସ ରିହାତିର ଉପହାର!
ଆଧାର ଲିଙ୍କ ହୋଇଥିବା ବ୍ୟାଙ୍କ ଖାତା ଧାରକ ମାନଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ଡାଇରେକ୍ଟ ଲାଭ ମିଳିପାରିବ । ଆଉ ଯେଉଁ ମାନେ ୨୦୧୪ ମସିହା ଅଗଷ୍ଟ ମାସ ୧୫ ତାରିଖରୁ ୨୦୧୫ ମସିହା ଜାନୁଆରୀ ୨୬ ତାରିଖ ଭିତରେ ନିଜ ଜନ ଧନ ଖାତା ଖୋଲିଥିବେ ସେମାନଙ୍କୁ ୩୦ ହଜାର ଟଙ୍କାର ଲାଇଫ ଇନ୍ସୁରାନ୍ସ କଭରେଜ ମଧ୍ୟ ମିଳିବ । ନିଜ ଖାତା ଉପରେ ଚେକ ବୁକର ସୁବିଧା ପାଇବାକୁ ଚାହୁଁଛନ୍ତି ତେବେ ନିଜ ଆକାଉଣ୍ଟରେ ସବୁ ସମୟରେ କିଛି କିଛି ଟଙ୍କା ସବୁ ସମୟରେ ରଖିବା ନିହାତି ଜରୁରୀ ଅଟେ ।