Below header

ଜନଗହଳି ପୂର୍ଣ୍ଣ ରାସ୍ତାରେ ଲୋକଙ୍କ ଉପରେ ମାଡ଼ିଗଲା କାର, ଜଣେ ମୃତ; ୬ରୁ ଅଧିକ ଆହତ

ଲୋକଙ୍କ ଉପରେ ମାଡ଼ିଗଲା କାର । ଜଣେ ମୃତ, ୬ରୁ ଅଧିକ ଆହତ । ଆହତମାନଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶର ଘାଜିପୁରରେ ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଆହତ ହୋଇଛି । ଚିକିତ୍ସା ପରେ ତାକୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ ।

ନୂଆଦିଲ୍ଲୀ : ଲୋକଙ୍କ ଉପରେ ମାଡ଼ିଗଲା କାର । ଜଣେ ମୃତ, ୬ରୁ ଅଧିକ ଆହତ । ଆହତମାନଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶର ଘାଜିପୁରରେ ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଆହତ ହୋଇଛି । ଚିକିତ୍ସା ପରେ ତାକୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ । ଅଭିଯୁକ୍ତ ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ପୋଲିସ । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ।

ଏଥିରେ ଦେଖିବାକୁ ମିଳିଛି ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ଟି ଜଣକ ପରେ ଜଣଙ୍କୁ ଧକ୍କା ମାରିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ଏବଂ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାପରେ ଉତ୍ତ୍ୟକ୍ତ ଲୋକେ କାର୍‌କୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ଟାଣି ପ୍ରବଳ ପିଟିଥିଲେ। ଖବର ପାଇ ପୋଲିସ୍‌ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୁକୁଳାଇ ହସ୍ପିଟାଲ ପଠାଇବା ସହ  ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.