Below header

ସୁପ୍ରିମ୍‌କୋର୍ଟରେ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧନା କଲେ ପ୍ରଧାନବିଚାରପତି

ସୁପ୍ରିମକୋର୍ଟରେ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧନା । ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓଡ଼ିଆ ରୋଷେୟାଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ବବିଦ୍ୟାଳୟରେ ଆଇନର ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଜ୍ଞାଙ୍କ ପିତା ଅଜୟ କୁମାର ସାମଲ ସୁପ୍ରିମକୋର୍ଟରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି ।

(କେନ୍ୟୁଜ); ସୁପ୍ରିମକୋର୍ଟରେ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧନା । ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓଡ଼ିଆ ରୋଷେୟାଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ବବିଦ୍ୟାଳୟରେ ଆଇନର ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଜ୍ଞାଙ୍କ ପିତା ଅଜୟ କୁମାର ସାମଲ ସୁପ୍ରିମକୋର୍ଟରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି ।

ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ତାଙ୍କର ପିତାମାତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କହିଥଲେ ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଅବସରରେ ପ୍ରଧାନବିଚାରପତି ପ୍ରଜ୍ଞାଙ୍କୁ ନିଜ ଦସ୍ତଥକରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ। ପୁସ୍ତକକୁ ଗ୍ରହଣ କରି ଏହା ତାଙ୍କ ପାଇଁ ସୌଭାଗ୍ୟ ଓ ସମ୍ମାନ ବୋଲି ପ୍ରଜ୍ଞା କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.