ଆଜି ନବୀନ ନିବାସରେ ବଡ଼ ଗୁରୁତ୍ବପୂର୍ଣ୍ଣ ବୈଠକ, ନିର୍ବାଚନ ରଣନୀତି ଓ ମେଣ୍ଟ ଉପରେ ହୋଇପାରେ ଆଲୋଚନା

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଆଜି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକକୁ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିବା ସୂଚନା ମିଳିଛି । ଆଜିର ବୈଠକ ପରେ ମେଣ୍ଟ ନେଇ କ୍ଲିଅର ପିକଚର ଆସିବା ସମ୍ଭାବନା ରହିଛି।

ଭୁବନେଶ୍ୱର (କେନ୍ୟୁଜ): ମେଣ୍ଟ ଚର୍ଚ୍ଚା ମଧ୍ୟରେ ଆଜି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକକୁ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିବା ସୂଚନା ମିଳିଛି । ଆଜିର ବୈଠକ ପରେ ମେଣ୍ଟ ନେଇ କ୍ଲିଅର ପିକଚର ଆସିବା ସମ୍ଭାବନା ରହିଛି।

ଏହା ପୂର୍ବରୁ ମାର୍ଚ୍ଚ ୬ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ସେହି ବୈଠକରେ ମେଣ୍ଟ ସମ୍ପର୍କରେ ପ୍ରାରମ୍ଭିକ ଭାବେ ଆଲୋଚନା ହୋଇଥିଲା। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରୁଛି। ତେଣୁ ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅନେକ ମହାତ୍ବାକାଂକ୍ଷୀ ଲକ୍ଷ୍ୟ ରହିଛି। ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ପୂରଣ କରିବା ପାଇଁ ବିଜେଡି ଆବଶ୍ୟକ ପଦକ୍ଷେପ ନେବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ଏଭିତରେ ୭ ଦିନ ବିତିଯାଇଛି କିନ୍ତୁ ମେଣ୍ଟ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ତେଣୁ ଆଜି ନବୀନ ନିବାସ ବୈଠକ ମେଣ୍ଟ ଚିତ୍ର ସ୍ପଷ୍ଟ କରିବ ବୋଲି କୁହାଯାଉଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.