ତାତିରେ ଲାଗିବ ବ୍ରେକ, ରାଜ୍ୟରେ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ତାତିରେ ଲାଗିବ ବ୍ରେକ । ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀସେଲିସିୟସ ହ୍ରାସ ପାଇବ । ୫ ଦିନ ବର୍ଷା ସମ୍ଭାବନା । ଆଜିଠୁ ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ତାତିରେ ଲାଗିବ ବ୍ରେକ । ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀସେଲିସିୟସ ହ୍ରାସ ପାଇବ । ୫ ଦିନ ବର୍ଷା ସମ୍ଭାବନା । ଆଜିଠୁ ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ ତାରିଖ ବେଳକୁ ବର୍ଷାର ବିସ୍ତୃତି ବଢିବ।

ଉପକୂଳ ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । ୧୮ ଏବଂ ୧୯ ତାରିଖରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ବର୍ତ୍ତମାନ ରାଜ୍ୟରେ ବାୟୁ ଚଳାଚଳରେ ଅସଙ୍ଗତି ଦେଖାଦେଉଛି। ସେହିଭଳି ଉତ୍ତର ଓଡ଼ିଶାକୁ ଉତ୍ତର-ପଶ୍ଚିମ ଭାରତରୁ ଥଣ୍ଡା ପବନ ଆସୁଛି । ସେଥିପାଇଁ ଉତ୍ତର ଓଡ଼ିଶାରେ ତାପମାତ୍ରା କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.