Below header

ହନିଟ୍ରାପରେ ଫସାଇ ଲୁଟ ଉଦ୍ୟମ, ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ହନିଟ୍ରାପରେ ଫସାଇ ଯୁବକଙ୍କୁ ଲୁଟର ଚେଷ୍ଟା ଏବଂ ବିରୋଧ କରିବାରୁ ହତ୍ୟା । ଅଭିଯୁକ୍ତ ମହିଳା ଓ ତିନିଜଣ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।  ସେମାନଙ୍କ କହିବା ଅନୁଯାୟୀ ପୋଲିସ ଯୁବକଙ୍କ ଶବକୁ କାର ମଧ୍ୟରୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ ରବିବାର ହାବିଲଦାର ମଞ୍ଜିତି, ସିପାହୀ ଅମିତ ଏବଂ ହୋମଗାର୍ଡ ଯବାନ ଏକ ଗସ୍ତରେ ଯାଉଥିବା ବେଳେ ରଘୁବୀର ନଗରର ଏକ ପରିତ୍ୟକ୍ତ ନାଳ ପାଖେ ଗୋଟିଏ ହୋଣ୍ଡା ଆମେଜ କାରକୁ ସନ୍ଦିଗ୍ଧ ଆବସ୍ଥାରେ ଠିଆ ହୋଇଥିବାର ଦେଖିଥିଲେ। ସେଥିରେ ଥିବା ୩ଜଣ ଯୁବକ ଏବଂ ଜଣେ ଯୁବତୀ ପୋଲିସକୁ ଦେଖି ହଠାତ କର ଷ୍ଟାର୍ଟ କରି ଚାଲିଯାଇଥିଲେ। ପୋଲିସକର୍ମୀମାନେ ପାଖାପାଖି ଦେଢ଼ କିଲୋମିଟର ପିଛା କଲାପରେ କାରକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ତାପରେ ସେ କାର ଭିତରେ ଥିବା ୩ଜଣ ଯୁବକ ଏବଂ ଜଣେ ଯୁବତୀଙ୍କୁ ପୋଲିସ ଷ୍ଟେସନ ନେଇଯାଇଥିଲେ ଏବଂ ବହୁତ ପଚରାଉଚୁରା ପରେ ସେମାନେ ନିଜର ଦୋଷ ସ୍ୱୀକାର କରିଥିଲେ।

ସେମାନଙ୍କ କହିବା ଅନୁଯାୟୀ ଶନିବାରଦିନ ରାତିରେ ଯୁବତୀ ଜଣକ ଆମେଜ କାରରେ ଯାଉଥିବା ଯୁବକଙ୍କୁ ହନିଟ୍ରାପ ରେ ଫସାଇ ଶିବାଜୀ ଏନକ୍ଳେଭର ଗ୍ୟାସ ଗୋଦାମ ପାଖକୁ ନେଇଯାଇଥିଲେ। ତାପରେ ସେମାନେ ଯୁବକଙ୍କ ଆଇଫୋନ ଏବଂ ବ୍ୟାଗ ଲୁଟି ନେଇଥିଲେ ଓ ସେ ବିରୋଧ କରିବାରୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏସବୁ ଶୁଣି ପୋଲିସ ଅଭିଯୁକ୍ତ ମାନଙ୍କୁ ନେଇ ଗ୍ୟାସ ଗୋଦାମ ପାଖେ ପହଞ୍ଚିଥିଲା ଯେଉଁଠି କାରରୁ ଏକ ଯୁବକଙ୍କ ଶବ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା। ତାଙ୍କ ଜଙ୍ଘରେ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିଲା ଏବଂ କାର ସାରା ରକ୍ତ ପଡିଥିଲା ଓ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା।

ଯୁବକଙ୍କ ନାମ ଭୁପେନ୍ଦ୍ର ବିରଦୀ(୩୯) ଏବଂ ସେ ପଶ୍ଚିମ ବିହାରରେ ବାସ କରନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଶନିବାର ସକାଳୁ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଇଣ୍ଟରଭିୟୁ ଦେବାପାଇଁ ଗୁରୁଗାଁୱ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.