Below header

ଘରେ କେହିନଥିବାର ସୁଯୋଗ ନେଇ ବୃଦ୍ଧଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ, ଗଣମାଧ୍ୟମ ପ୍ରତିନିଧି କଲେ ଉଦ୍ଧାର

ସୋର ମୁନିସିପାଲିଟ ଅଧିନସ୍ଥ ରାୟପୁର ଗ୍ରାମର ୬୨ ବର୍ଷିୟ ବିଜୟ କୁମାର ଦ୍ବିବେଦୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ୮ ଜଣ ଯୁବକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ବିଜୟଙ୍କୁ ପ୍ରହାର କରି ସେଠାରୁ ଫେରାର ହୋଇଯାଇଥିଲେ। ଯାହା ଫଳରେ ବିଜୟ ଗୁରୁତର ହୋଇପଡିଥିଲେ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଗଣମାଧ୍ୟମର କିଛି ପ୍ରତିନିଧି ସେଠାରେ ପହଞ୍ଚି ଗୁରୁତର ବିଜୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପରେ ତାଙ୍କୁ ସେଠାରୁ କଟକ ସ୍ଥାନାନ୍ତର କାରିଥିବାର ସୂଚନା ମିଳିଛି। ଆକ୍ରମଣକାରୀମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସରେ ଏନେଇ କୌଣସି ଅଭିଯୋଗ ହୋଇନଥିବାର ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.