Below header

‘ମାଉଣ୍ଟ ଆବୁ’ ବୁଲିବା ପାଇଁ ମନସୁନ୍ ହେଉଛି ବେଷ୍ଟ ସିଜନ୍, ଆଉ ଡେରି ନ କରି ଏବେଠୁ କରନ୍ତୁ ପ୍ଲାନ୍

ମନସୁନରେ ହିଲ୍ ଷ୍ଟେଶନ ବୁଲିଯିବାର ପ୍ଲାନ୍ କରୁଛନ୍ତି କି ? ଯଦି ହଁ, ତା’ ହେଲେ ଆଉ ଡେରି ନ କରି ଚାଲିଆସନ୍ତୁ ପରିବାର ଓ ସାଙ୍ଗସାଥୀଙ୍କୁ ଧରି। କାରଣ ଏହି ଦିନେ ହିଲ୍ ଷ୍ଟେଶନ ବୁଲିଯିବାର ମଜା ହିଁ କିଛି ଖାସ୍ ହୋଇଥାଏ। ପାହାଡ଼ ଉପରେ ପ୍ରକ୍‌ତିର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ଏକ ନିଆରା ଅନୁଭବ ପ୍ରଦାନ କରିଥାଏ। ତେବେ ଥରେ ରାଜସ୍ଥାନର ଏକମାତ୍ର ହିଲ୍ ଷ୍ଟେଶନ ‘ମାଉଣ୍ଟ ଆବୁ’ ବୁଲି ଆସନ୍ତୁ ନା।

station hill

ୱିକେଣ୍ଡ ବୁଲିବା ପାଇଁ ଆକର୍ଷଣୀୟ ସୌନ୍ଦର୍ଯ୍ୟରେ ଭରା ଏହି ସହର ପରଫ୍ଟେଟ ରହିବ। ଏଠାରେ ବୁଲିବାକୁ ଗୋଟିଏରୁ ବଳି ଗୋଟିଏ ସୁନ୍ଦର ସୁନ୍ଦର ଜାଗା ରହିଛି।

ଏହି ହିଲ ଷ୍ଟେଶନ ରାଜସ୍ଥାନର ସିରୋହୀ ଜିଲାରେ ଅବସ୍ଥିତ, ଯାହାକୁ ଦେଖିବାକୁ ଦୁନିଆ ଯାକର ଲୋକ ଆସିଥାଆନ୍ତି। ବିଶେଷକରି ବର୍ଷା ଦିନେ ଏଠାକାର ପ୍ରାକ୍‌ତିକ ସୁନ୍ଦରତା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ବୁଲିବା ପାଇଁ ମାଉଣ୍ଟ ଆବୁ ହେଉଛି ଏକ ସାଂସ୍କ୍‌ତିକ ତଥା ସାମାଜିକ ଜାଗା।

frog hill

ହ୍ରଦରେ ରୋମାଣ୍ଟିକ୍ ସନ୍ଧ୍ୟା

ମାଉଣ୍ଟ ଆବୁ ମଝିରେ ଥିବା ଛୋଟିଆ ହ୍ରଦ ଅରାବଳି ପର୍ବତକୁ ଘେରି ରହିଛି। ଏହି ଜାଗାର ସୌନ୍ଦର୍ଯ୍ୟ କେହି ନିଜେ ହିଁ ଗଲେ ଅନୁଭବ କରିପାରିବ। ପରିବାର ସାଥୀରେ ମସ୍ତି କରିବାର ପ୍ଲାନ୍ ହେଉ କି ନିଜ ପାର୍ଟନର ସହ ରୋମାଣ୍ଟିକ୍ ସନ୍ଧ୍ୟା ବିତାଇବାର ପ୍ଲାନ୍, ଆପଣଙ୍କ ପାଇଁ ଏହି ଜାଗା ପୂରା ପରଫେକ୍ଟ ହେବ।

mount abbu

ଟୋଡ୍ ରକ୍

ହ୍ରଦ ପାଖରେ ହିଁ ଟୋଡ୍ ରକ୍ ଅଛି। ଏହି ପାହାଡ଼ର ଆକାର ବେଙ୍ଗ ଭଳି ଦେଖାଯାଇଥାଏ। ଏଥିପାଇଁ ଏହାର ଏପରି ନାମକରଣ କରାଯାଇଛି। ଏଠାରୁ ହ୍ରଦ ଏବଂ ଅରାବଳି ପର୍ବତ ବହୁତ ସୁନ୍ଦର ଭାବେ ଦେଖାଯାଏ। ସେଠାରେ ପହଞ୍ଚିବା ପାଇଁ ସାମାନ୍ୟ ଚଢ଼ି ଉପରକୁ ଉଠିବାକୁ ପଡ଼େ। ସେହି ଦ୍‌ଷ୍ଟିରୁ ଦେଖିବାକୁ ଗଲେ ଟ୍ରେକିଂ ଶିଖିବା ପାଇଁ ଜାଗାଟି ବେଶ୍ ଉତ୍ତମ।

hill temple

ଦେବୱାଡା ଜୈନ ମନ୍ଦିର

ଧର୍ମ ଏବଂ ସ୍ଥାପତ୍ୟ କଳା ପାଇଁ ପ୍ରସିଦ୍ଧ ଦେବୱାଡା ଜୈନ। ଏହି ମନ୍ଦିରଠାରୁ ଆଉ ସୁନ୍ଦର ଜାଗା କେଉଁଠି ନାହିଁ। ଏଠାରେ ଥିବା ୫ ଜୈନ ମନ୍ଦିର ୫ଜଣ ଜୈନ ତୀର୍ଥକରଙ୍କୁ ବିଭିନ୍ନ ସମୟରେ ସମର୍ପିତ କରାଯାଇଛି। ମନ୍ଦିରରେ ମାର୍ବଲ ଖଚିତ କାରୁକାର୍ଯ୍ୟ ବେଶ୍ ଆଶ୍ଚର୍ଯ୍ୟଜନକ।

big hill station

କେମିତି ପହଞ୍ଚିବେ ମାଉଣ୍ଟ ଆବୁ

ଆକାଶ ମାର୍ଗ- ଆପଣ ଏଠାକୁ ୩ ମାର୍ଗରେ ଆସିପାରିବେ। ମାଉଣ୍ଟ ଆବୁ ପହଞ୍ଚିବା ପାଇଁ ଉଦୟପୁର ବିମାନବନ୍ଦର ସବୁଠାରୁ ପାଖ ହେବ। ଯଦି ଚାହିଁବେ ଏଠାରୁ ମାଉଣ୍ଟ ଆବୁ ପର୍ଯ୍ୟନ୍ତ ଟାକ୍ସି କରିପାରିବେ।

ଏହାସହ ପଢ଼ନ୍ତୁ: ମନସୁନରେ ରୋଡ୍ ଟ୍ରିପରେ ଯାଉଛନ୍ତି କି, ତା’ହେଲେ ହାଇୱେରେ ଥିବା ଏହି ସବୁ ଢାବାରେ ଖାଇବାକୁ ଭୁଲନ୍ତୁ ନି

ରେଳ ଯାତ୍ରା- ମାଉଣ୍ଟ ଆବୁ ଷ୍ଟେଶନ ମଉେଣ୍ଟ ଆବୁଠାରୁ ପୂରା ପାଖ। ଷ୍ଟେଶନ ମୁଖ୍ୟ ସହରଠାରୁ ମାତ୍ର ୨୮ କିଲୋମିଟର ଦୂରରେ ଅଛି। ଆଉ ଏଠାରୁ ଆପଣଙ୍କୁ ବସ୍ କିମ୍ବା ଟାକ୍ସି ମିଳିଯିବ।

ସଡ଼କ ଯାତ୍ରା

ମାଉଣ୍ଟ ଆବୁ ସବୁ ବଡ଼ ସହରର ସଡ଼କକୁ ସଡ଼କ ପଥରେ ଯୋଡ଼ି ରଖିଥାଏ।। ଆପଣଙ୍କୁ ଜୟପୁର, ଉଦୟପୁର, ଦିଲ୍ଲୀ ଏବଂ ଜୈସଲମେରରୁ ସହଜରେ ସିଧା ବସ୍ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.