Below header

ଝଟପଟ ବନାନ୍ତୁ ଆମ୍ବ ରାବିଡି, ଥରେ ନିଶ୍ଚୟ ଟ୍ରାଇ କରନ୍ତୁ ଏହି ରେସିପି

ଆମ୍ବକୁ ଖାଇ ଖାଇ ବୋର ହୋଇଗଲେଣି ତ କିଛି ଅଲଗା ଉପାୟ ଟ୍ରାଏ କରିବା ଉଚିତ। ଏହି ସପ୍ତାହରେ ଆମ୍ବର ରାବିଡି ଟ୍ରାଇ କରନ୍ତୁ। ଥରେ ଆପଣ ଏହି ରେସିପିକୁ ପ୍ରସ୍ତୁତ କରିବେ ତ ଲୋକମାନେ ଆପଣଙ୍କୁ ଏହାକୁ ବାରମ୍ବାର ବନାଇବା ପାଇଁ ଜିଦ୍ଦି
ଧରିବେ। ତେବେ ଆସନ୍ତୁ ଜାଣିବା ଆମ୍ବ ରାବିଡି ବନାଇବାର ସହଜ ପ୍ରଣାଳୀ।

ସାମଗ୍ରୀ

mangoଏକ ଲିଟର ଫୁଲ କ୍ରୀମ କ୍ଷୀର

ଆମ୍ବ – ୩ଟି

ଚିନି – ୧୦୦ ଗ୍ରାମ

କେସର – ୧୦-୧୨

ପିସ୍ତା – ୫୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ

mango1-ଆମ୍ବର ରାବିଡି ବନାଇବା ପାଇଁ ସର୍ବପ୍ରଥମେ ଭଲଭାବରେ ପାଚିଥିବା ଆମ୍ବ ନିଅନ୍ତୁ।

-ଆମ୍ବକୁ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।

-ପିସ୍ତାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।

-ଏବେ ଗ୍ୟାସରେ ହାଇ ଆଞ୍ଚ ଲଗାଇ କଡାରେ କ୍ଷୀର ଗରମ କରନ୍ତୁ।

-କ୍ଷୀରରେ ଚିନି ଏବଂ କେସର ମିଶାନ୍ତୁ।

-ଧୀମା ଆଞ୍ଚରେ କ୍ଷୀରକୁ ସେତେ ପର‌୍ୟ୍ୟନ୍ତ ଗରମ କରନ୍ତୁ କ୍ଷୀର ଅଳ୍ପ ହେବା ଯାଏଁ।

-କ୍ଷୀରକୁ ମଝିରେ ମଝିରେ ସାମାନ୍ୟ ଚଲାନ୍ତୁ ଯାହାଦ୍ବାରା କ୍ଷୀର ତଳେ ଲାଗିବ ନାହିଁ।

-ଯେତେବେଳେ କ୍ଷୀର ଅଳ୍ପ ପରିମାଣରେ ରହିଯାଏ ତେବେ ଏହାକୁ ଆଞ୍ଚରୁ ବାହାରକୁ ବାହାର କରିଦିଅନ୍ତୁ ଏବଂ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ।

-ଏବେ ଏଥିରେ ଆମ୍ବର ଖଣ୍ଡକୁ ଭଲଭାବେ ମିଶାନ୍ତୁ।

-ଏହାକୁ ଥଣ୍ଡା ହେବା ପାଇଁ ଫ୍ରୀଜରେ ରଖି ଦିଅନ୍ତୁ।

-ଡିନର ପରେ ଆମ୍ବ ରାବିଡିକୁ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.