Below header

ସ୍ପେଶାଲ ସେଲ ସନ୍ଦିଗ୍ଧ ଆଇଏସଆଇଏସ୍ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ, NIA ର ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ଥିଲା ସାମିଲ

ଦିଲ୍ଲୀରେ ଆଇଏସଆଇଏସ ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ସ୍ପେଶାଲ ସେଲ୍‌ ଗିରଫ କରି ପଚରାଉଚରା କରୁଛି । ଏନଆଇଏର ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ଥିଲା ଏହି ଆତଙ୍କବାଦୀ ।

ଦିଲ୍ଲୀରେ ଆଇଏସଆଇଏସକୁ ଖୋଜୁଥିବା ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସନ୍ଦିଗ୍ଧ ଆଇଏସଆଇଏସ୍ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ କରିଛି। ଜାତୀୟ ରାଜଧାନୀରେ ଏକ ସ୍ଥାନରେ ଲୁଚି ରହୁଥିବା ଶାହନାୱାଜ ଛଦ୍ମନାମ ଶାଫି ଉଜାମାଙ୍କୁ ଗିରଫ କରାଯାଇଛି। ଏନଆଇଏର ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ଥିଲା ଏହି ଆତଙ୍କବାଦୀ ।

ସୂଚନାନୁସାରେ, ଶାହନାୱାଜ ମୂଳତଃ ଦିଲ୍ଲୀ ବାସିନ୍ଦା । ବୃତ୍ତିରେ ସେ ଜଣେ ଇଞ୍ଜିନିୟର। ପୁନେ ଆତଙ୍କୀ ଟିମରେ ଥିଲା। ପୂର୍ବରୁ ମଧ୍ୟ ତାକୁ ଗିରଫ କରାଯାଇଥିଲା, କିନ୍ତୁ ସେଠାରୁ ଖସିଯିବାରେ ସଫଳ ହୋଇଥିଲା । ଏହା ପରେ ସେ ଦିଲ୍ଲୀ ପଳାଇ ଆସିଥିଲା । ସେବେଠାରୁ ସେ ଦିଲ୍ଲୀର ଏକ ସ୍ଥାନରେ ଲୁଚି ରହିଥିଲେ । ବର୍ତ୍ତମାନ ଶାହନାୱାଜକୁ ପଚରାଉଚରା କରାଯାଉଛି। ତା’ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

ଚଳିତ ମାସ ଆରମ୍ଭରେ, ଶାହନାୱାଜ ଏବଂ ଅନ୍ୟ ତିନି ଜଣ ଆତଙ୍କବାଦୀ ସନ୍ଦିଗ୍ଧ – ରିଜୱାନ ଅବଦୁଲ ହାଜି ଅଲି, ଅବଦୁଲ୍ଲା ଫୟାଜ ଶେଖ ଛଦ୍ମନାମ ଡାଏପରୱାଲା ଏବଂ ତାଲହା ଲିଆକାଟ ଖାନଙ୍କୁ ଖୋଜୁଥିଲା । ଏହି ଚାରି ଜଣ ମହାରାଷ୍ଟ୍ରର ପୁନେରେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.