Below header

ପାଠ ପଢ଼ିବା ସହ ଖେଳକୁଦ ବି ହୋଇଥାଏ ପିଲାଙ୍କ ପାଇଁ ଜରୁରୀ, ସ୍ୱାସ୍ଥ୍ୟରେ ହୋଇଥାଏ ଉନ୍ନତି

ଆପଣ ଜାଣିଛନ୍ତି କି ପିଲାମାନଙ୍କ ପାଇଁ ଖେଳ କୁଦ କରିବା କେତେ ଗୁରୁତ୍ୱପୂର୍ଣ୍ଣ ? ଏହା କେବଳ ପିଲାମାନଙ୍କର ଫିଜିକାଲ ହେଲଥ୍‌ ପାଇଁ ନୁହେଁ ବରଂ ସେମାନଙ୍କର ମେଣ୍ଟାଲ ହେଲ୍ଥ ପାଇଁ ମଧ୍ୟ ଜରୁରୀ ହୋଇଥାଏ । ଏହା ଦ୍ୱାରା ପିଲାମାନଙ୍କର ପର୍ସନାଲିଟି ଡେଭଲପ୍‌ ହୋଇଥାଏ ।

ବର୍ତ୍ତମାନର ଡିଜିଟାଲ ଯୁଗରେ ଲାଇଫ ବହୁତ ଫାଷ୍ଟ ହୋଇଯାଇଛି , ଆମ ଲାଇଫଷ୍ଟାଇଲରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ଘଣ୍ଟା ଘଣ୍ଟା ମୋବାଇଲ ଓ ଲାପଟପ ଭଳି ଡିଭାଇସର ସ୍କ୍ରିନ ଦେଖିବା କେବଳ ଆଖି ଉପରେ ଖରାପ ପ୍ରଭାବ ପକାଉଛି ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି । ବର୍ତ୍ତମାନ ସମୟରେ ପିଲାମାନେ ବାହାରେ ଖେଳିବା ଅପେକ୍ଷା ଫୋନରେ ଖେଳିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହା ପିଲାଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ ।

ଆପଣ ଜାଣିଛନ୍ତି କି ପିଲାମାନଙ୍କ ପାଇଁ ଖେଳ କୁଦ କରିବା କେତେ ଗୁରୁତ୍ୱପୂର୍ଣ୍ଣ ? ଏହା କେବଳ ପିଲାମାନଙ୍କର ଫିଜିକାଲ ହେଲଥ୍‌ ପାଇଁ ନୁହେଁ ବରଂ ସେମାନଙ୍କର ମେଣ୍ଟାଲ ହେଲ୍ଥ ପାଇଁ ମଧ୍ୟ ଜରୁରୀ ହୋଇଥାଏ । ଏହା ଦ୍ୱାରା ପିଲାମାନଙ୍କର ପର୍ସନାଲିଟି ଡେଭଲପ୍‌ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପିଲାମାନଙ୍କର ବାହାରେ ଖେଳକୁଦ କରିବା କେତେ ଜରୁରୀ ।

ପିଲାମାନେ ବାହାରେ ଖେଳିବା ଦ୍ୱାରା ଫିଜିକାଲି ଫିଟ୍ ରୁହନ୍ତି । କିନ୍ତୁ ଅନେକ ଅଭିଭାବକ ପିଲାଙ୍କୁ କ୍ଷତି ପହଞ୍ଚିବା କାରଣରୁ ସେମାନଙ୍କୁ ବାହାରେ ଖେଳିବାକୁ ଦିଅନ୍ତି ନାହିଁ । କିନ୍ତୁ ପିଲାମାନେ ଆଘାତ ପାଇଲେ ହିଁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି । ପିଲାମାନଙ୍କ ପାଇଁ ଏହା ଏକ ବହୁତ ଭଲ ଏକ୍ସରସାଇଜ୍‌ । ପିଲାମାନେ ସବୁବେଳେ ହେଲଦି ରୁହନ୍ତି । ପିଲାମାନଙ୍କର ଶାରୀରିକ ବିକାଶ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ।

ପିଲାମାନେ ବାହାରେ ଖେଳିବା ଦ୍ୱାରା ସେମାନଙ୍କର କମ୍ୟୁନିକେସନ ସ୍କିଲ ଦୃଢ଼ ହୋଇଥାଏ । ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରିବା ଦ୍ୱାରା ପିଲାମାନଙ୍କର ପର୍ସନାଲିଟି ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ପିଲାମାନଙ୍କର ଆତ୍ମବିଶ୍ୱାସକୁ ବଢ଼ାଇଥାଏ ।

ଏହା ଦ୍ୱାରା ପିଲାମାନଙ୍କର ସୋସିଆଲ ସ୍କିଲ ମଧ୍ୟ ଉନ୍ନତ ହୁଏ । ପିଲାମାନେ କଥାବାର୍ତ୍ତା କରିବା ଶିଖିଥାନ୍ତି । ଟିମ୍‌ ସହିତ ରହି କିପରି କାମ କରିବାକୁ ହୁଏ ତାହା ଶିଖନ୍ତିି । ଏହା ଦ୍ୱାରା ପିଲାମାନେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ଏବଂ ବ୍ୟବହାର କରିବା ଶିଖିବାକୁ ସକ୍ଷମ ହୁଅନ୍ତି ।

ବାହାରେ ଖେଳିବା ପିଲାମାନଙ୍କର ମେଣ୍ଟାଲ ହେଲ୍ଥ ପାଇଁ ବହୁତ ଭଲ ହୋଇଥାଏ । ଏହା ପିଲାମାନଙ୍କୁ ଏକା ରହିବାରୁ ରକ୍ଷା କରିଥାଏ । ପିଲାମାନେ ଖୁସି ରହିବା ସହ ସୁସ୍ଥ ରୁହନ୍ତି । ଏହା ପିଲାମାନଙ୍କର ମେଣ୍ଟାଲ ହେଲ୍ଥରେ ଉନ୍ନତି ଆଣିଥାଏ ।

ପିଲାମାନଙ୍କର ଖେଳକୁଦ ମଧ୍ୟ ସେମାନଙ୍କ ପଢ଼ା ପାଇଁ ବହୁତ ଭଲ ହୋଇଥାଏ । ପିଲାମାନେ ନିଜ କଳା କୌଶଳକୁ ବାହାର କରନ୍ତି । ଏହା ପିଲାମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ରାସ୍ତା ଦେଖାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.