ପ୍ରାର୍ଥନା ଚାଲିଥିବା ବେଳେ ଖସିପଡିଲା ଚର୍ଚ୍ଚ ଛାତ, ୭ ମୃତ, ଅନେକ ଫସିଥିବା ଆଶଙ୍କା

ମେକ୍ସିକୋର ପେରିସିୟନ ସାନ୍ତା କ୍ରୁଜ ଚର୍ଚ୍ଚ ଛାତ ଭୁଶୁଡିଲା । ପ୍ରାର୍ଥନା ଚାଲିଥିବା ବେଳେ ଛାତ ଭୁଶୁଡିପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଫସିଥିବା ଆଶଙ୍କା କରାଯାଉଛି ।

ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ବେଳେ ଖସିପଡିଲା ଛାତ । ଘଟଣାରେ ୭ ଜଣ ମରିଥିବା ବେଳେ ୩୦ ଜଣ ଫସିଥିବା ଆଶଙ୍କା କରାଯାଉଛି । ଉତ୍ତର ମେକ୍ସିକୋର ତମୁଲିପାସ ଷ୍ଟେଟ କହିଛି କି, ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଖାପାଖି ୧୦୦ ଲୋକ ଥିଲେ । ଏହି ଘଟଣାରେ ମେକ୍ସିକାନ କାଉନସିଲ ଅଫ ବିଶପ୍ସ ବୟାନ ଜାରି କରି କହିଛନ୍ତି, ଦୁର୍ଘଟଣାରେ ପୀଡିତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ଚର୍ଚ୍ଚ ଛାତ ଖସିପଡିବା ବେଳେ ପାଖରେ ଥିବା ଦୋକାନରେ ଅନେକ ଲୋକ ଖାଉଥିଲେ । ଆଉ ଦୁର୍ଘଟଣା ପରେ ଏମାନେ ଫଶିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ରେସକ୍ୟୁ ଟିମ୍‌ ପହଞ୍ଚି ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲା ।

ତମୁଲିପାସ ଷ୍ଟେଟ ପୋଲିସ କହିଛି କି, ନ୍ୟାସନାଲ ଗାର୍ଡ, ଷ୍ଟେଟ ପୋଲିସ, ରାଜ୍ୟ ନାଗରିକ ସୁରକ୍ଷା କାର୍ଯ୍ୟାଳୟ ଏବଂ ରେଡ କ୍ରସର ୟୁନିଟ ପୀଡିତଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ରହିଥିଲା । ତେବେ ଚର୍ଚ୍ଚର ଛାତ କଂକ୍ରିଟ ବହୁତ ପୁରୁଣା ହୋଇଯାଇଥିଲା । ଅଧିକାଂଶ ଛାତ ଢଳି ରହିଥିଲା । ଫଳରେ ଏତେ ବଡ ଦୁର୍ଘଟଣା ଘଟିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.