ସଫେଇ କର୍ମଚାରୀଙ୍କ ଥଇଥାନ ପାଇଁ ଦାବି, ଲୋକସଭାରେ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ଲୋକସଭାରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଖର୍ଚ୍ଚ ଦାବି ଆଲୋଚନାରେ ଅଂଶଗ୍ରହଣ କରିଥିଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ସଫେଇ କର୍ମଚାରୀଙ୍କ ଥଇଥାନ ପାଇଁ ସେମାନଙ୍କୁ ନୂଆକରି ବ୍ୟବସାୟ କିମ୍ବା ଅନ୍ୟ କୌଣସି ବୃତ୍ତି ଆପଣାଇବା ପାଇଁ ସରକାରଙ୍କ ପକ୍ଷରୁ ଏକକାଳୀନ ସହାୟତା ରାଶି ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଯେଉଁମାନେ ହାତରେ ମଇଳା ସଫା କରାଉଛନ୍ତିି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ । ବଜେଟରେ ଅନୁସୂଚୀତ ଜାତି ଛାତ୍ରାବାସ, ଛାତ୍ରୀନିବାସ ନିର୍ମାଣ ପାଇଁ କମ ଅର୍ଥ ବ୍ୟୟ ବରାଦ କରାଯାଉଥିବା ନେଇ ସାଂସଦ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଖି ଦୃଶିଆ ବ୍ୟୟବରାଦ ଲାଗି ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ପ୍ରସଙ୍ଗ ଉଠାଇ ଶ୍ରୀ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାର ପ୍ରଶଂସା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.