ମହାକାଳ ଦର୍ଶନ କରିବାକୁ ଆସି ଫସିଗଲେ ଶ୍ରଦ୍ଧାଳୁ, ହୋଟେଲରେ ଲାଗିଲା ନିଆଁ

ଉଜୈନର ମହାକାଳ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ହୋଟେଲରେ ଲାଗିଲା ନିଆଁ । ଡେଓ୍ଵାସ ଥାନା ଅଞ୍ଚଳରେ ଥିବା ହୋଟେଲ ଚନ୍ଦ୍ରଗୁପ୍ତର ୫ମ ମହଲାରେ ଅଗ୍ନିକାଣ୍ଡ । ହୋଟେଲରେ ଫସିଛନ୍ତି ୭୦ରୁ ୮୦ ଶ୍ରଦ୍ଧାଳୁ । ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ।

ଉଜୈନ ଜିଲ୍ଲାର ଡେଓ୍ଵାସ ଥାନା ଅଞ୍ଚଳରେ ଥିବା ହୋଟେଲ ଚନ୍ଦ୍ରଗୁପ୍ତର ୫ମ ମହଲାରେ ଅଗ୍ନିକାଣ୍ଡ । ମହାକାଳ ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁ ଏଥିରେ ଫସିଥିବା ଖବର ମିଳିଛି । ରେଲେଓ୍ଵ ଷ୍ଟେସନ ନିକଟରେ ଥିବା ହୋଟେଲରେ ୨୨ ତାରିଖ ସକାଳୁ ୩ ଟାରୁ ହଠାତ୍‌ ନିଆଁ ଲାଗିଯାଇଥିଲା । ଏଥିରେ ମହିଳା, ପିଲା, ବୟସ୍କ ଲୋକେ ଫସିଥିବା ସୂଚନା ମିଳିଛି । ନିଆଁ ଲାଗିବା ସମୟରେ ହୋଟେଲରେ ପାଖାପାଖି ୭୦ରୁ ୭୫ ଜଣ ଲୋକ ରହିଥିଲେ । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଞ୍‌ଚି ନିଆଁକୁ ଆୟତ୍ତ କରାଯାଇଛି । ସ୍ଥାନୀୟ ଲୋକ ଏବଂ ହୋଟେଲ କର୍ମୀଙ୍କ ସହାୟତାରେ ଯାତ୍ରୀଙ୍କୁ ଅନ୍ୟ ଧର୍ମଶାଳାର ଛାତରୁ ଡେଇଁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ମହାକାଳଙ୍କୁ ଦର୍ଶନ କରିବା ଦ୍ୱାରା ଲୋକେ ଲକ୍ଷ୍ନୌ ଏବଂ ଗ୍ଵାଲିଅର ଭଳି ସ୍ଥାନରୁ ଉଜୈନ ଯାଆନ୍ତି । ଅଗ୍ନିକାଣ୍ଡରେ ଅନେକ ଶ୍ରଦ୍ଧାଳୁ ଫସି ରହିଥିବା ବେଳେ ୩ ଘଣ୍ଟା ପରେ ଉଦ୍ଧାର ଥିବା ସୂଚନା ମିଳିଛି ।

ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ହୋଟେଲ ଭିତରେ ଅଗ୍ନିନିର୍ବାପକ ଯନ୍ତ୍ର ବନ୍ଦ ରହିଥିଲା । ଆଉ ହୋଟେଲରୁ ବାହାରିବା ପାଇଁ ଗୋଟେ ମାତ୍ର ରାସ୍ତା ରହିଥିଲା। ତେବେ ନିଆଁ ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ଅନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.