ଗୁଗୁଲର ଖର୍ଚ୍ଚକାଟ ପଲିସି, ସିଲିକନ ଭ୍ୟାଲିରେ ଥିବା କ୍ୟାମ୍ପସର ନିର୍ମାଣ କାର୍ଯ୍ୟକୁ ବନ୍ଦକଲା ଗୁଗୁଲ

ଗୁଗୁଲର ଖର୍ଚ୍ଚ କାଟ ପଲିସି । ସିଲିକନ ଭ୍ୟାଲି ସିଟି ସ୍ଥିତ କ୍ୟାମ୍ପସର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛି ଗୁଗୁଲ । ଗୁଗୁଲ ପେରେଣ୍ଟ କମ୍ପାନୀ ଆଲଫାବେଟ ୧୨ ହଜାର କର୍ମାଚାରୀଙ୍କୁ ଛଟେଇ । ଆଲଫାବେଟର ରିପୋର୍ଟ ଅନୁଯାୟୀ ଗତ ତିନି ମାସରେ କମ୍ପାନୀ ଆଶା କରୁଥିବା ରାଜସ୍ୱ ପାଇପାରି ନଥିଲା ।

କେନ୍ୟୁଜ୍‌(ବ୍ୟୁରୋ): ଗୁଗୁଲର ଖର୍ଚ୍ଚ କାଟ ପଲିସି । ସାନ ଜୋସେରେ ଥିବା ସିଲିକନ ଭ୍ୟାଲି ସିଟି ସ୍ଥିତ କ୍ୟାମ୍ପସର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛି ଗୁଗୁଲ । ଏହା ପୂର୍ବରୁ ଗୁଗୁଲ ପେରେଣ୍ଟ କମ୍ପାନୀ ଆଲଫାବେଟ ୧୨ ହଜାର କର୍ମାଚାରୀଙ୍କୁ ଛଟେଇ କରିବାର ଘୋଷଣା କରିଥିଲା । ଆଲଫାବେଟର ରିପୋର୍ଟ ଅନୁଯାୟୀ ଗତ ତିନି ମାସରେ କମ୍ପାନୀ ଆଶା କରୁଥିବା ରାଜସ୍ୱ ପାଇପାରି ନଥିଲା । କମ୍ପାନୀର ବିଜନେସ ପୁରା ଥଣ୍ଡା ପଡ଼ି ଯାଇଥିବା ଆଲଫାବେଟ ପକ୍ଷରୁ କୁହାଯାଇଛି । ଆସନ୍ତା ସପ୍ତାହରେ କମ୍ପାନୀ ପକ୍ଷରୁ ଗତ ତିନିମାସରେ କରିଥିବା ଆୟର ତଥ୍ୟ ରିଲିଜ କରାଯିବ ।

ଡାଉନଟାଉନ େଓ୍ଵଷ୍ଟ ଅ଼ଞ୍ଚଳରେ ଗୁଗୁଲର ଏକ କ୍ୟାମ୍ପସର ନିର୍ମାଣ ଏବର୍ଷର ଶେଷ ଆଡ଼କୁ ଆରମ୍ଭ ହେବାର ଥିଲା । ରିପୋର୍ଟ ଅନୁଯାୟୀ ଏହି ପ୍ରକଳ୍ପକୁ ଏବେ ଗୁଗୁଲ ପକ୍ଷରୁ ବନ୍ଦ ରଖାଯାଇଛି । ଏହାର ନିର୍ମାଣକାର୍ଯ୍ୟ କେବେ ଆରମ୍ଭ କରାଯିବି ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇନି । ୮୦ ଏକର ପରିମିତ ଅଞ୍ଚଳରେ ଅଫିସ ସହ ଷ୍ଟାଫ କ୍ୱାଟର, ପାର୍କ ଓ ମନରଞ୍ଜନ ପାଇଁ କପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ରହିଥିଲା ।

ଆଲଫାବେଟ ଏବେ ଆର୍ଥିକ ସମସ୍ୟାର ସାମନା କରୁଛି । ଏହାସହ ନିଜର ଖର୍ଚ୍ଚ କମାଇବାକୁ ଚେଷ୍ଟା ଜାରି ରଖିଛି । କରୋନା ସମୟରେ ଲୋକେ ଇଣ୍ଟରନେଟର ବ୍ୟବହାର କରିଥିଲେ । ଏହି ଡିମାଣ୍ଡକୁ ପୁରା କରିବା ପାଇଁ କମ୍ପାନୀ ପକ୍ଷରୁ ଅଧିକ ମାତ୍ରାରେ ନିୟୁକ୍ତିରେ ଖର୍ଚ୍ଚ କରିବାକୁ ପଡ଼ିଥିଲା । ସେହି ଖର୍ଚ୍ଚ ଯୋଗୁଁ ଏବେ କମ୍ପାନୀକୁ କ୍ଷତିର ସାମନା କରିବାକୁ ପଡ଼ୁଛି । କମ୍ପାନୀ ଆଗାମୀ ଖର୍ଚ୍ଚପାଇଁ ନିଜକୁ ପ୍ରସ୍ତୁତ କରିପାରି ନଥିଲା । ଏହାସହ ମାଇକ୍ରୋସଫ୍ଟ ପକ୍ଷରୁ AI chatbot ChatGPT ଆସିବା ପରେ ଗୁଗୁଲ ସର୍ଚ୍ଚ ଇଞ୍ଜିନକୁ ମଧ୍ୟ ଚାଲେଞ୍ଜର ସାମନା କରିବାକୁ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.