Below header

ଛିଃ ଏତେ ନୃଶଂସ! ସାଙ୍ଗଙ୍କ ସହ ସ୍ତ୍ରୀକୁ ଗଣଦୁଷ୍କର୍ମ କରାଇଲା ସ୍ୱାମୀ, ପ୍ରାଇଭେର୍ଟ ପାର୍ଟରେ ପୂରାଇଦେଲା ଝାଡ଼ୁ-ଝଣ୍ଡୁ ବାମ୍‌

ରାଜସ୍ଥାନରେ ମାନବିକତା ଓ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଛାରଖାର ହୋଇଯିବା ଭଳି ଏକ ପାଶବିକ ଖବର ସାମ୍ନାକୁ ଆସିଛି। ଏହି ଖବର ଶୁଣିବା ମାତ୍ରେ ଆପଣଙ୍କ ଛାତି ଥରି ଉଠିବ, ରକ୍ତ ଗରମ ହୋଇଯିବ। ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି। ଏତିକିରେ ବି ରାକ୍ଷସର ପାଶବିକତା ସରିନଥିଲା। ସେ ତା’ ପ୍ରାଇଭେର୍ଟ ପାର୍ଟରେ ଲଙ୍କା ଓ ଝଣ୍ଡୁ ବାମ୍‌ ପୂରାଇ ଦେଇଛି। ଦିନେ ସବୁ ସୀମା ଟପିବା ପରେ ପୀଡ଼ିବା ବାଧ୍ୟ ହୋଇ ନିଜ ବାପ ଘର ଲୋକଙ୍କୁ ଏହି କାହାଣୀ ଶୁଣାଇଲାା ତା’ପରେ ପୂରା ମାମଲା ସାମ୍ନାକୁ ଆସିଥିଲା।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ତାଙ୍କ ବିବାହ ୧୪ ଜାନୁଆରୀ ୨୦୨୧ ମସିହାରେ ହୋଇଥିଲା। ବାହାଘର ପରଠାରୁ ହିଁ ସ୍ୱାମୀ ଓ ଶାଶୁ ଘର ଲୋକେ ମିଶି ତାଙ୍କୁ ନିର୍ଯାତନା ଦେଇଆସୁଥିଲେ। ସେମାନେ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। କିନ୍ତୁ ଜୁନ୍‌ ମାସରେ ତାଙ୍କ ସ୍ୱାମୀ ସବୁ ସୀମା ଟପିଯାଇଥିଲା। ଜୁନ୍‌ ୨୬ ତାରିଖରେ ତାଙ୍କ ସ୍ୱାମୀ ଏକ ସାଙ୍ଗ ସହ ଘରକୁ ଆସିଥିଲେ। ସେମାନେ ମହିଳାଙ୍କ ହାତ-ଗୋଡ଼ ବାନ୍ଧି ଦେଇ ପାଟିରେ କପଡ଼ା ପୂରାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହା ପରେ ଦ୍ୱିତୀୟ ଦିନ ସ୍ୱାମୀ ଆଉ ଜଣେ ସାଙ୍ଗ ସହ ଘରକୁ ଆସିଥିଲେ ଓ ପୁଣିଥରେ ପାଶବିକ ଅତ୍ୟାଚାର କରିଥିଲେ। ବଳାତ୍କାର କରିବା ପରେ ସେମାନେ ମହିଳାଙ୍କ ଗୁପ୍ତାଙ୍ଗରେ ଲଙ୍କା ଓ ଝଣ୍ଡୁ ବାମ୍‌ ଭରି ଦେଇଥିଲେ। ଯନ୍ତ୍ରଣାରେ ଝଟପଟ ହୋଇ ମହିଳା ଅଚେତ ହୋଇଯାଇଥିଲେ। ଏଭଳି ଅବସ୍ଥାରେ ଦୁଇ ଦିନ ଧରି ସ୍ୱାମୀ ଅନ୍ୟ ସାଙ୍ଗଙ୍କୁ ଡାକି ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିଲେ।

ଥରେ କେହି ନଥିବା ବେଳେ ମହିଳା ଶାଶୁ ଘରୁ ଲୁଚି ବାପଘରକୁ ଚାଲିଆସିଥିଲେ। ପରେ ବାପ ଘର ଲୋକଙ୍କ ସାମ୍ନାରେ ସବୁ କଥା କହିଥିଲେ। ଏହା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେମାନେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ମହିଳାଙ୍କୁ ଡାକ୍ତରଖାନା ପଠାଇଛି। ତେବେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.