ସନ୍‌ସ୍କ୍ରୀନ ଲୋଶନ କିଣିବା ପୂର୍ବରୁ ନିହାତି ଜାଣି ରଖିବା ଉଚିତ କିଛି କଥା, ଏହି ସବୁ ଜିନିଷ ଉପରେ ରଖନ୍ତୁ ଧ୍ୟାନ

ଖରାଦିନେ ସନ୍‌ସ୍କ୍ରୀନ ଲୋଶନର ବହୁତ ଆବଶ୍ୟକ ପଡ଼ିଥାଏ। ଏହା ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀ ଦାଉରୁ ଚେହେରାକୁ ସୁରକ୍ଷିତ ରଖିଥାଏ। ଏଥି ସହିତ ସ୍କିନ୍‌ କ୍ୟାନ୍ସରରୁ ମଧ୍ୟ ରକ୍ଷା କରିଥାଏ। ବର୍ଷର ସବୁ ମାସ ଅର୍ଥାତ୍‌ ଖରା ହେଉ କି ବର୍ଷା କିମ୍ବା ଶୀତ, ସନ୍‌ସ୍କ୍ରୀନ ଲଗାଇବା ଜରୁରୀ ହୋଇଥାଏ। ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ସନ୍‌ସ୍କ୍ରୀନ ଲୋଶନ ଉପଲବ୍ଧ ହେଲାଣି। ଏମିତିରେ ନିଜ ପାଇଁ ଠିକ୍‌ ସନ୍‌ସ୍କ୍ରୀନ ଲୋଶନ ବାଛିବା ବହୁତ ମୁସ୍କିଲ ହୋଇଥାଏ। ଆଜି ଆମେ ଆପଣଙ୍କୁ ସନ୍‌ସ୍କ୍ରୀନ ସହ ଜଡ଼ିତ କିଛି ଜରୁରୀ କଥା କହିବାକୁ ଯାଉଛି।

ସନ୍‌ସ୍କ୍ରୀନ କିଣିବା ପୂର୍ବରୁ ଏହି କଥା ଜାଣି ରଖିବା ଉଚିତ ଯେ ଏହା କେଉଁ ପ୍ରକାରର ସନ୍‌ ଫିଲ୍ଟର୍ସରେ ତିଆରି ହୋଇଛି। ଯେଉଁଥିରେ ଜିଙ୍କ୍‌ ଅକ୍ସାଇଡ୍‌ କିମ୍ବା ଟାଇଟେନିୟମ ଅକ୍ସାଇଡ୍‌ ବ୍ୟବହାର ହୋଇଥାଏ, ସେହି ସନ୍‌ସ୍କ୍ରୀନ ହିଁ କିଣିବା ସବୁଠାରୁ ଭଲ ହୋଇଥାଏ। କହି ରଖୁଛୁ, ସନ୍‌ସ୍କ୍ରୀନରେ ଦୁଇ ପ୍ରକାରର ଫିଲ୍ଟର୍ସ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା କେମିକାଲ ବେସ୍‌ଡ ଫିଲ୍ଟର୍ସ ଏବଂ ଅନ୍ୟଟି ମିନେରାଲ ବେସ୍‌ଡ ଫିଲ୍ଟର୍ସ।

କେମିକାଲ ବେସ୍‌ଡ ଫିଲ୍ଟର୍ସ

ଏଥିରେ ହୋମୋସ୍ୟାଲେଟ, ଅକ୍ସିବେନଜୋନ, ବେନଜୋନଫିନୋନ ଭଳି କେମିକାଲ୍ସ ରହିଥାଏ, ଯାହାକି ସୂର୍ଯ୍ୟଙ୍କ ହାନିକାରକ କିରଣକୁ ଅବଶୋଷିତ କରି ନେଇଥାଏ। କେମିକାଲ ବେସ୍‌ଡ ଫିଲ୍ଟର୍ସ ତ୍ୱଚାର ଛିଦ୍ରରେ ପଶିବାରେ ସକ୍ଷମ ଥାଏ, ଯେଉଁ କାରଣରୁ ସମ୍ବେଦନଶୀଳ ସ୍କିନ୍‌କୁ ଏହା କ୍ଷତି ପହଞ୍ଚାଇଥାଏ।

ମିନେରାଲ ବେସ୍‌ଡ ଫିଲ୍ଟର୍ସ

ଏଥିରେ ଥିବା ଜିଙ୍କ୍‌ ଅକ୍ସାଇଡ୍‌ ଏବଂ ଟାଇଟେନିୟମ ଅକ୍ସାଇଡ୍‌ ସୂର୍ଯ୍ୟଙ୍କ କିରଣକୁ ଅବଶୋଷିତ କରିବା ଜାଗାରେ ରିଫ୍ଲେକ୍ଟ କରିଥାଏ। ଏହା ସ୍କିନ୍‌ରେ ପଶି ନ ଥାଏ, ଯାହାକି ସମ୍ବେଦନଶୀଳ ସ୍କିନ୍‌ ପାଇଁ ଭଲ ହୋଇଥାଏ।

ଏହି କଥା ଉପରେ ରଖନ୍ତୁ ଧ୍ୟାନ

-ସନ୍‌ସ୍କ୍ରୀନ କିଣିବା ସମୟରେ ଏହି କଥା ଉପରେ ଧ୍ୟାନ ରଖନ୍ତୁ କି, ଏହା SPF ସାଙ୍ଗକୁ UVA ଏବଂ UVB ହେବା ଉଚିତ।

-ସନ୍‌ସ୍କ୍ରୀନ କିଣିଲା ବେଳେ ସବୁବେଳେ ନମ୍ବର ଉପରେ ଧ୍ୟାନ ରଖନ୍ତୁ। ଏମିତିରେ ଏକ୍ସପର୍ଟ SPF 30କୁ ସବୁଠାରୁ ଭଲ ବୋଲି କହିଥାଆନ୍ତି।

-ଯଦି ଆପଣଙ୍କୁ ଖରାରେ ବାହାରିବାର ଅଛି, ତ SPF 50 ବି ଲଗାଇ ପାରିବେ।

-ସନ୍‌ସ୍କ୍ରୀନ ସବୁବେଳେ ସଫା ସ୍କିନ୍‌ରେ ସିରମ୍‌ ଏବଂ ମଇଶ୍ଚରାଇଜର ଲଗାଇବା ପରେ ହିଁ ଲଗାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.