ଯାଇପାରୁନାହାଁନ୍ତି ଶ୍ରୀକ୍ଷେତ୍ର, ଦେଖିପାରିବେନି ରଥଯାତ୍ରା, ତେଣୁ ଜଗାକୁ ଝୁରି ଝୁରି ଗୀତ ଗାଇଲେ ୯୨ ବର୍ଷୀୟ ବୃଦ୍ଧ

ଜଗା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣି ଦେଇଛି ମହାମାରୀ କରୋନା । ହେଲେ କାଳିଆର ଭକ୍ତକୁ, ତା ଠାରୁ କିଏ ଵା ଅଲଗା କରି ପାରିବ ଭକ୍ତ ଟିଏ ତାର ମନୁଆ ଠାକୁରଙ୍କୁ ଯେ କୌଣସି ଉପାୟରେ ବି ହେଉ ତାର ମନର ଦୁଃଖ ନିଶ୍ଚୟ ଜଣେଇବ। ଏମିତି ହିଁ ବୟସର ଅପରାହ୍ନରେ ପାଦ ଦେଇଥିବା ଜଣେ ବୃଦ୍ଧ ଷ୍ଟୁଡିଓରେ ଜଗନ୍ନାଥଙ୍କ ପାଇଁ ଅତି ସୁନ୍ଦର ଭାବେ ଗୀତ ଗାଇଛନ୍ତି।

ବୟସ ଆସି ୯୨ ଛୁଇଁଲାଣି, ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ବଞ୍ଚିଥିବି କି ନାହିଁ ଜାଣି ନି , ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ କାଳିଆ କୁ ଦେଖିପାରିବିନି ତେଣୁ ମୋ ଭାବ ,ଭକ୍ତି କୁ ଏକ ଭଜନ ମାଧ୍ୟମ ରେ କାଳିଆ ପାଖରେ ସମର୍ପଣ କରୁଛି ବୋଲି କହିଛନ୍ତି ଜଣେ ୯୨ ବର୍ଷୀୟ ବୃଦ୍ଧ ପ୍ରତିଦିନ ସକାଳୁ ଜଗା କୁ ଦର୍ଶନ କରି ଦିନ କାଟୁଥିଲେ ନବରଙ୍ଗପୁର ସହର ସ୍ଥିତ ନୂଆବନ୍ଧ ସାହିର କୃଷ୍ଣ ପାତ୍ର, ହେଲେ ଏବେ ଜଗା ଦର୍ଶନରୁ ବଂଚିତ । ତେଣୁ ନିଜର ମନର ଭାବ କୁ ଭଜନରେ ପରିପ୍ରକାଶ କରିଛନ୍ତି । ଥର ଥର କଣ୍ଠ ରେ ଜଗାପାଇଁ ଶ୍ରଦ୍ଧା ରେ ଭଜନ ଗାଇଛନ୍ତି । ଏଇ ବୃଦ୍ଧ ଭକ୍ତଙ୍କ ଭଜନ ସହରର ପ୍ରତ୍ୟେକ ଲୋକ ଙ୍କ ମନ କିଣିଛି। ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ତାଙ୍କ ଗୀତ।
ସମସ୍ତେ ଗୀତ ଟିକୁ ବେଶ ପସନ୍ଦ କରୁଛନ୍ତି ।

୧୯୩୧ ମସିହା ଜୁନ ମାସ ରେ ଜନ୍ମ ହେଇଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ୯୨ ବର୍ଷ, ପ୍ରତିଦିନ ମନ୍ଦିର ରେ ସେ ଜଗନ୍ନାଥ ଙ୍କ ନାମ ସଂକୀର୍ତ୍ତନ କରୁଥିଲେ ସେ ବାବଦ କୁ ମାସିକ ୩ ଟଙ୍କା ପ୍ରାପ୍ୟ ମଧ୍ୟ ମିଳୁଥିଲା , ହେଲେ ଆଜି ବୟସ ର ଅପରାହ୍ନ ରେ କୃଷ୍ଣ ଚନ୍ଦ୍ର କୁ ଜଗା ଦର୍ଶନ ରୁ ବଞ୍ଚିତ କରେଇ ରଖିଛି ମହାମାରୀ କରୋନା । ସେ ୧୯୭୭ ମସିହା ରୁ ୧୯୮୨ ପର୍ଯ୍ୟନ୍ତ ୱାର୍ଡ ମେମ୍ବର ମଧ୍ୟ ରହିଥିଲେ । ପରିଣତ ବୟସ ରେ ମଧ୍ୟ ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି ସେ । ନିଜ କାମ ନଜେ କରୁଛନ୍ତି, ଏମିତିକି ଇଚ୍ଛା ମୁତାବକ ରୋଷେଇ ବି କରୁଛନ୍ତି।

ଜୀବନର ବାକି ଶେଷ ସମୟ ଜଗା ପାଇଁ ଭଜନ ଗାଈ ବିତେଇବାକୁ ଚାହୁଁଥିବା କହିଛନ୍ତି କୃଷ୍ଣ ଚନ୍ଦ୍ର । କାଳିଆ କୃପା ରୁ ବାପା ଏ ବୟସ ରେ ବି ଚଲା ବୁଲା କରୁଥିବାରୁ ଦୁଇ ପୁଅ ମଧ୍ୟ ଖୁସି ରେ ଅଛନ୍ତି। ସହର ର ବହୁ ସଙ୍ଗୀତ ପ୍ରେମୀ ,ଗାୟକ, ସଙ୍ଗୀତ ନିର୍ଦେଶକ ଷ୍ଟୁଡ଼ିଓ ଆସି ଗୀତ ଗାଇବା ନୂଆକଥା ନୁହେଁ, ହେଲେ ଜଣେ ୯୨ ବର୍ଷୀୟ ବୃଦ୍ଧ ନିଜେ ଆସି ଗୀତ ଗାଇଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.