କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ଉପରେ ତିଆରି ହେବ ବାୟୋପିକ୍‌, ପ୍ରଥମ ପୁଣ୍ୟତିଥିରେ ହେଲା ଘୋଷଣା

ଦିବଂଗତ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ପ୍ରଥମ ପୁଣ୍ୟତିଥିରେ ଶନିବାର ତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ଏହି ଫିଲ୍ମରେ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରାଯିବ। ତେବେ ଭାରତର ପ୍ରଥମ ମହିଳା କୋରିଓଗ୍ରାଫର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ସରୋଜ ଖାନ୍‌ଙ୍କ ବାୟୋପିକ୍‌ ବିଷୟରେ ଏବେ ଯାଏଁ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ।

ସରୋଜଙ୍କ ଝିଅ ସୁକୈନା ଖାନ୍‌ କହିଛନ୍ତି, ମୋ ମା’ଙ୍କୁ ପୂରା ଇଣ୍ଡଷ୍ଟ୍ରୀ ଭଲ ପାଇବା ଓ ସମ୍ମାନ ଦେଇଛନ୍ତି। କିନ୍ତୁ ଆମେ ତାଙ୍କ ସଂଘର୍ଷ ଓ ଲଢ଼େଇକୁ ଖୁବ୍‌ ନିକଟରୁ ଦେଖିଛୁ ଯେ ସେ କ’ଣ ଥିଲେ। ଆମେ ଆଶା କରୁଛୁ ଏହି ବାୟୋପିକ୍‌ ସହ ତାଙ୍କ କାହାଣୀ, ଆମ ପାଇଁ ତାଙ୍କ ଭଲ ପାଇବା, ନୃତ୍ୟ ପାଇଁ ତାଙ୍କ ପାଗଳାମୀ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ ଯେ ସରୋଜ ଖାନ୍‌ ଗତବର୍ଷ ଜୁଲାଇ ୩ ତାରିଖରେ ୭୧ ବର୍ଷ ବୟସରେ କାର୍ଡିକ ଆରେଷ୍ଟ ଯୋଗୁ ପ୍ରାଣ ହରାଇଥିଲେ। ସେ ୧୯୭୪ ମସିହାରେ ଗୀତା ମେରା ନାମରୁ କୋରିଓଗ୍ରାଫି କରିବା ଆରମ୍ଭ କରିଥିଲେ। ସେ ଶ୍ରୀଦେବୀଙ୍କ ନଗୀନାରେ ମେ ନାଗିନ୍‌ ତୁ ସପେରା, ତେଜାବରେ ଏକ ଦୋ ତିନ୍‌, ଖଳନାୟକର ଚୋଲି କେ ପିଛେ, ବେଟାର ଧକ୍‌ଧକ୍‌, ଦେବଦାସର ମାର ଡାଲା ପ୍ରମୁଖ ଗୀତରେ କୋରିଓଗ୍ରାଫି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.