ସାଗର ଧନଖଡ଼ ହତ୍ୟାକାଣ୍ଡ: ତିହାର ଜେଲ ପ୍ରଶାସନକୁ ଅଜବ ଡିମାଣ୍ଡ କଲେ ପହିଲମାନ ସୁଶୀଲ କୁମାର, ପୂର୍ବରୁ ହାଇ ପ୍ରୋଟିନ୍‌ ମାଗି ହୋଇଥିଲେ ନିରାଶ

ସାଗର ଧନଖଡ଼ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ପହିଲମାନ ସୁଶୀଲ କୁମାର ଜେଲ ପ୍ରଶାସନକୁ ଅଜବ ଡିମାଣ୍ଡ କରିଛନ୍ତି। କିନ୍ତୁ ଜେଲ ପ୍ରଶାସନ ତାଙ୍କ ଡିମାଣ୍ଡ ପୂରଣ କରିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ଜେଲ ପ୍ରଶାସନକୁ ଲେଖିଥିବା ଚିଠିରେ ସୁଶୀଲ କୁମାର କହିଛନ୍ତି କି, ତାଙ୍କୁ ନିଜ ସେଲ୍‌ରେ ଟିଭି ଆବଶ୍ୟକ। ସେ ଟିଭିରେ ଦେଶ ଦୁନିଆର ହାଲ୍‌ଚାଲ ଜାଣିବାକୁ ଚାହୁଁଛନ୍ତି। ଏଥିସହିତ ଲେଖିଛନ୍ତି ଯେ ସେ ଜଣେ ପହିଲମାନ। ଏହା ତାଙ୍କର ଖେଳ ହେବା ସହିତ ଏଥିପ୍ରତି ସଉକ ବି ରହିଛି। ସେ ଟିଭି ଜରିଆରେ ଦୁନିଆରେ ପହିଲମାନ ମାନଙ୍କ ଟୁର୍ନାମେଣ୍ଟ ଦେଖିବାକୁ ଚାହୁଁଛନ୍ତି। ସୁଶୀଲ ଏହି ଚିଠି ଶୁକ୍ରବାର ଲେଖିଥିଲେ।

ଏବେ ସୁଶୀଲ ତିହାର ଜେଲ୍‌ ନମ୍ବର ୨ରେ ଏକ ହାଇ ସିକ୍ୟୁରିଟି ସେଲ୍‌ରେ ବନ୍ଦୀ ଅଛନ୍ତି। ବର୍ତ୍ତମାନ ତାଙ୍କୁ ଜେଲ ମାନୁଆଲ ହିସାବରେ ଖବରକାଗଜ ଉପଲବ୍ଧ କରାଯାଉଛି। ପୂର୍ବରୁ ବି ସେ ହାଇ ପ୍ରୋଟିନ୍‌ ଡିମାଣ୍ଡ କରିଥିଲେ, ଯାହାକୁ କୋର୍ଟ ଏବଂ ଜେଲ୍‌ ପ୍ରଶାସନ ପ୍ରତ୍ୟାଖାନ କରି ଦେଇଥିଲେ।

ସୂଚନାଥାଉ କି, ଛତ୍ରସାଲ ଷ୍ଟାଡିୟମରେ ମେ’ ୪ ରାତିରେ ପହିଲମାନ ସାଗର ଧନଖଡ଼ଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ସାଗର ଦିଲ୍ଲୀ ପୋଲିସର ଜଣେ ହାବିଲଦାରଙ୍କ ପୁଅ ଥିଲେ। ସାଗରଙ୍କ ସହିତ ତାଙ୍କର ୩ ସାଥୀଙ୍କୁ ମଧ୍ୟ ଅକଥନୀୟ ଭାବେ ପିଟା ଯାଇଥିଲା। ଏହି ହତ୍ୟାକାଣ୍ଡରେ ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.