Below header

ମହିଳାଙ୍କ ଆଖିରୁ ଜୀବିତ ଅବସ୍ଥାରେ ବାହାରିଲା ଏମିତି କିଛି , ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ

ବେଳେବେଳେ କାମ କରିବା ସମୟରେ ହଠାତ୍ ଆଖିରେ ଧୂଳି ପଡିଯାଇଥାଏ । କିନ୍ତୁ ତାଇୱାନର ଏକ ହସ୍ପିଟାଲରେ କିଛି ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ଆଖିରେ ପଶି ଚାରୋଟି ଜୀବନ୍ତ ମହୁମାଛି ତାଙ୍କର ସବୁ ଲୁହ ପିଇଦେଇଛନ୍ତି । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯିଏ ବି ଏହି ଖବର ଶୁଣୁଛି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛି ।

beeକଥାଟି ହେଉଛି,୨୦ବର୍ଷର ଏସଏସ୍ ନାମ୍ନୀ ମହିଳାଙ୍କ ଆଖିରେ ମହୁମାଛି ପଶିଯାଇଥିଲା । ଆଖି କୁଣ୍ଡେଇ ହେବା ସହିତ ଫୁଲିଯିବାରୁ ସେ ହସ୍ପିଟାଲ ଯାଇଥିଲେ । ହସ୍ପିଟାଲରେ ପହଁଚିବାପରେ ଡାକ୍ତର ମହିଳାଙ୍କ ଆଖିକୁ ଦେଖି ସେହିସମୟରେ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ ଯେତେବେଳେ ସେ ଟେଷ୍ଟରେ ଜାଣିବାକୁ ପାଇଥିଲେ କି ମହିଳାଙ୍କ ଆଖି ଭିତରେ ଗୋଟେ ନୁହେଁ ବରଂ ଚାରୋଟି ମହୁମାଛି ବଞ୍ଚିଥିବା ଅବସ୍ଥାରେ ରହିଛନ୍ତି । ଏହି ମହୁମାଛି ଗୁଡିକ ମହିଳାଙ୍କ ଆଖିର ସକେଟ୍ ରେ ରହିଥିଲେ ଯାହା କାରଣରୁ ଲଗାତାରଭାବେ ଲୁହ ବାହାରୁଥିଲା ।

eye beeମହଳା ଡାକ୍ତରଙ୍କୁ କହିଥିଲେ କି ଘର ସଫା କରୁଥିବା ସମୟରେ ଅଚାନକ ତାଙ୍କ ଆଖିରେ ଏକ ପୋକ ପଶିଯାଇଥିଲା । ତେବେ ମହିଳାଙ୍କ ଚିକିତ୍ସା ତାଇବାନର ଫୋଁୟିନ୍ ୟୁନିଭରସିଟି ହସ୍ପିଟାଲରେ କରାଯାଇଛି । ହସ୍ପିଟାଲରେ ଆଖି ସହିତ ଜଡିତ ମାମଲାର ପ୍ରମୁଖ ଡାକ୍ତର ହୁଂଗ ଚି-ଥିଂଗ କହିଛନ୍ତି କି ଏହା ପ୍ରଥମ ମେଡିକାଲ କେସ୍, ଯେତେବେଳେ କି ଆଖି ଭିତରେ ବଞ୍ଚିଥିବା ପୋକକୁ ଦେଖିବାକୁ ମିଳିଲା । ସେ ଆଉ ମଧ୍ୟ କହିଛନ୍ତି କି ଯାଞ୍ଚ ସମୟରେ ପୋକର ଗୋଡ ପରି ବହୁ ଜିନିଷ ନଜର ଆସିଥିଲା । ମାଇକ୍ରୋସ୍କୋପ୍ ସାହାର୍ଯ୍ୟ ରେ ସବୁ ପୋକଗୁଡିକୁ ଆଖିର ବିନା କୌଣସି କ୍ଷତି କରି ବାହାରକୁ ବାହାର କରାଯାଇଥିଲା । ଯେଉଁଥିରେ ଚାରୋଟି ମହୁମାଛି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.