Below header

ଆଇପିଏଲ୍‌ : ଆଜି ଚେନ୍ନାଇ ସହ ଲଢ଼େଇ କରିବ କୋଲକାତା

ଚେନ୍ନାଇ : ଆଇପିଏଲ୍‌ର ଆଜି ଖେଳାଯିବ ୨୩ତମ ମ୍ୟାଚ୍‌ । ଏଥିରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସକୁ । ବର୍ତ୍ତମାନ ଉଭୟ ଦଳ ପଏଣ୍ଟ ଟେବୁଲରେ ସମାନ ୮ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ତେବେ ରନ୍‌ ହାରରେ ଆଗୁଆ ନାଇଟ୍‌ ରାଇଡର୍ସ ଏକ ନମ୍ବରରେ ଏବଂ ଚେନ୍ନାଇ ଦ୍ୱିତୀୟରେ ରହିଛି । ଆଜି ଚେନ୍ନାଇରେ ଦୁଇ ଦଳ ଭିତରେ ଲଢ଼େଇ ହେବ । ଉଭୟ ଦଳ ଏପର୍ଯ୍ୟନ୍ତ ୫ଟି ଲେଖାଏଁ ମ୍ୟାଚ୍‌ ଖେଳି ୪ଟିରେ ବିଜୟ ଓ ଗୋଟିକରେ ପରାଜୟ ଲାଭ କରିଛନ୍ତି । ଗତକାଲି ନିଜର ଷଷ୍ଠ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତି କିଙ୍ଗ ପଞ୍ଜାବ ଏକାଦଶ ମଧ୍ୟ ସମାନ ୮ ପଏଣ୍ଟ ଲାଭ କରି ତାଲିକାର ତୃତୀୟ ସ୍ଥାନରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.