‘ଭୋଲୁ’ ଠୁ ଆରମ୍ଭ କରି ସବୁଠାରୁ କ୍ଷୁଦ୍ର ରେଳ ଷ୍ଟେସନର ନାମ? ଆସନ୍ତୁ ଜାଣିବା ଭାରତୀୟ ରେଳ ସମ୍ବନ୍ଧୀୟ କିଛି ଅଜଣା କଥା

ଭାରତରେ ବିଭିନ୍ନ ସ୍ଥାନକୁ ଯାତାୟତା ପାଇଁ ରେଳର ଖୁବ ମହତ୍ତ୍ୱ ରହିଛି । ବିଗତ ୧୬୫ ବର୍ଷ ହେବ ଏହା ଦେଶ ଏବଂ ଦେଶ ବାହାର ଅନେକ ରାଜ୍ୟକୁ ଯୋଡିବାରେ ସାହାଯ୍ୟ କରୁଛି । ଏପରି କହିବା ଭୁଲ ହେବ ନାହିଁ ଭାରତୀୟ ରେଳ ସହ ଛୋଟରୁ ଆରମ୍ଭ କରି ବଡ଼, ସମସ୍ତ ବ୍‌୍ୟକ୍ତିଙ୍କର କିଛି ନା କିଛି ଖାସ କାହାଣୀ ଯୋଡି ହୋଇ ରହିଥାଏ । ଏହା ଯାତ୍ରୀଙ୍କୁ ତାଙ୍କର ନିର୍ଦ୍ଦାରିତ ସ୍ଥାନରେ ପହଞ୍ଚିବାକୁ ସାହାଯ୍ୟ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଭାରତୀୟ ରେଳ ସମ୍ବନ୍ଧୀୟ କିଛି ଖାସ ଅଜଣଶ କଥା ବିଷୟରେ କହିବାକୁ ଯାହାଛୁ । ଯାହା ବିଷୟରେ କେବେ ମଧ୍ୟ ଆପଣ ଭାବି ନଥିବେ ।

-ଭାରତୀୟ ରେଳ ସାରା ଦେଶକୁ ରେଳ ଧାରଣା ସହ ଯୋଡି ରଖିଛି । ଏହା ଦୁନିଆର ଦ୍ୱୀତିୟ ଏବଂ ଏସିଆର ପ୍ରଥମ ସବୁଠାରୁ ଦୀର୍ଘ ରେଳ ନେଟଓ୍ଵାର୍କ ଅଟେ ।

railway-station-2

-ଭାରତର ରେଳ ସିଷ୍ଟମ ଖୁବ ପୁରୁଣା ଅଟେ । ଏପରିକି ଭାରତୀୟ ମାଟିରେ ପ୍ରଥମ ଟ୍ରେନ୍‌ ୧୬ ଏପ୍ରିଲ ୧୮୫୩ ମସିହାରେ ହୋଇଥିଲା । ଯାହା ମୁମ୍ବାଇରୁ ଥାଣେ ପଯ୍‌ର୍୍ୟନ୍ତ ରହିଥିଲା ।

-ନୂଆ ଦିଲ୍ଲୀରେ ବିଶ୍ୱର ଦୀର୍ଘତମ ରୁଟ ରିଲେ ଇଣ୍ଟରଲକିଂ ସିଷ୍ଟମ ରହିଛି । ଯାହା ପାଇଁ ଏହି ଷ୍ଟେସନକୁ ଗିନିଜ ଓ୍ଵାଲ୍ଡ ବୁକ୍‌ ରେକଡରେ ମଧ୍ୟ ସାମିଲ କରାଯାଇଛି ।

-ଭାରତୀୟ ରେଳ ଦୈନିକ ୨.୫ କୋଟି ଯାତ୍ରୀଙ୍କୁ ତାଙ୍କର ନିର୍ଦ୍ଦାରିତ ସ୍ଥାନରେ ପହଞ୍ଚାଇଥାଏ ।

train ib

-ଓଡିଶାର ଇବ୍‌ ରେଳ ଷ୍ଟେସନ ସବୁଠାରୁ ଛୋଟ ନାମ ବିଶିଷ୍ଟ ରେଳ ଷ୍ଟେସନ ଅଟେ ।

-ନୂଆଦିଲ୍ଲୀ ରୁ ଅଲଓ୍ଵାର ରାଜସ୍ଥାନ ପର‌୍ୟ୍ୟନ୍ତ ଚାଲୁଥିବା ମହାରାଣୀ ରେଳଗାଡି ବିଶ୍ୱର ସବୁଠାରୁ ପୁରୁଣା କୋଇଲା ଇଞ୍ଜିନ ଚାଳିତ ଟ୍ରେନ ଅଟେ ।

-ଭାରତରେ ରେଳଧାରଣାର ଲମ୍ବା ପାଖାପାଖି ପୃଥିବାର ୧.୫ଥର ବୁଲିବା ସହ ସମାନ ହେବା ।

-ଭାରତୀୟ ରେଳରେ ଦୈନିକ ସର୍ବମୋଟ ୧୧,୦୦୦ ଟି ଟ୍ରେନ ଯାତାୟତ କରିଥାଏ ।

train mascot

-‘ଭୋଲୁ’ ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି । ଏକ ହାତୀ ଯାହାକୁ ଭାରତୀୟ ରେଳର ମାସକୋର୍ଟ ବୋଲି କୁହାଯାଇଥାଏ ।

-ଆପଣ ଜାଣିଛନ୍ତି କି, ଭାରତୀୟ ଟ୍ରେନ ମାନଙ୍କରେ ଏହାର ପ୍ରଚଳନର ୫୦ ବର୍ଷ ପରେ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା ।

-ଭାରତୀୟ ରେଳ ୧୬ଟି ଜୋନ୍‌, ୬୫,୮୦୮ କିଲୋମିଟର ରୁଟ ଏବଂ ୭,୧୧୨ ଷ୍ଟେସନ ଯାତ୍ରା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.