ଖାଦ୍ୟ ଭାବି ପୋଷା କୁକୁର ଖାଇଦେଲା ୩ଲକ୍ଷ ୩୨ ହଜାର ଟଙ୍କା, ମାଲିକଙ୍କ ଉଡ଼ିଗଲା ହୋସ୍‌

ଆମେରିକାର ପେନସିଲଭାନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କୁକୁରର ଅଜବ ଆଚରଣ ଯୋଗୁଁ କୁକୁର ମାଲିକ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ଖାଦ୍ୟ ଭାବି ନୋଟ୍ ଗୁଡ଼ିକୁ ଚୋବାଇ ଖାଇଦେଲା କୁକୁର । ଯେଉଁଥିପାଇଁ କୁକୁର ମାଲିକଙ୍କୁ ଝଟ୍‌କା ଲାଗିଛି ।

ନୂଆଦିଲ୍ଲୀ :  ଆମେରିକାର ପେନସିଲଭାନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କୁକୁରର ଅଜବ ଆଚରଣ ଯୋଗୁଁ କୁକୁର ମାଲିକ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ଖାଦ୍ୟ ଭାବି ନୋଟ୍ ଗୁଡ଼ିକୁ ଚୋବାଇ ଖାଇଦେଲା କୁକୁର । ଯେଉଁଥିପାଇଁ କୁକୁର ମାଲିକଙ୍କୁ ଝଟ୍‌କା ଲାଗିଛି ।

ରିପୋର୍ଟ ଅନୁଯାୟୀ, ପେନସିଲଭାନିଆର ବାସିନ୍ଦା ୩୩ ବର୍ଷିୟ କୈରି ଲାଁ ଏବଂ ତାଙ୍କ ସ୍ତ୍ରୀ କଲେଟନ୍ ସେସିଲ ନାମକ ଏକ ସାତ ବର୍ଷର କୁକୁରକୁ ରଖି ତାର ଲାଳନ ପାଳନ କରୁଥିଲେ । କିନ୍ତୁ ଗତ ମାସରେ ଏହି ଦମ୍ପତିଙ୍କ ସହ ଘଟିଥିବା ଘଟଣାରେ ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗତ ମାସ କିଛି କାମ ପାଇଁ ଲଫାପାରେ ରଖାଯାଇଥିବା ଟଙ୍କାକୁ ସେସିଲ୍ ଖାଦ୍ୟ ଭାବି ଖାଇଦେଇଥିଲା । ଫଳରେ ୪, ୦୦୦ ଡଲାର୍ ଅର୍ଥାତ୍‌ ୩ ଲକ୍ଷ ୩୨ ହଜାର ଟଙ୍କା କ୍ଷତି ସହିଥିଲେ ।

କୈରୀ କହିଛନ୍ତି ଯେ, ଟଙ୍କା ଘରର ରୋଷେଇ ଘରେ ଥିବା କାଉଣ୍ଟରରେ ରଖାଯାଇଥିଲା । ଆମେ କେବେ କଳ୍ପନା କରିନଥିଲୁ ଯେ ଏପରି କିଛି ଘଟିଯିବ ବୋଲି ଅଧା ଘଣ୍ଟା ମଧ୍ୟରେ ଏହି ସବୁ ଘଟିଗଲା। ଏହି ଘଟଣା ବିଷୟରେ କୈରୀ ଆହୁରି ମଧ୍ୟ କହିଛନ୍ତି ଯେ ହଠାତ୍ କ୍ଲିଟନ୍ ପାଟି କରି କହିଥିଲେ ଯେ ସେସିଲ୍ ଟଙ୍କା ଖାଇଦେଇଛି । ପ୍ରଥମେ ମୁଁ ଏହା ଶୁଣିବା ପରେ ସେ ବିଶ୍ୱାସ କରିପାରି ନଥିଲେ କିନ୍ତୁ ଯେତେବେଳେ ଆଖିରେ ଦେଖିଲେ ସେ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ।

କୈରୀ କହିଛନ୍ତି ଯେ ଆମେ ଏହି ଟଙ୍କାକୁ ଜରୁରୀ କାମ ପାଇଁ ରଖିଥିଲୁ । କିନ୍ତୁ ଯେତେବେଳେ ସେସିଲ ଏହାକୁ ଖାଇଦେଲେ ଆମେ କଣ କରିବୁ ଜାଣି ପାରି ନଥିଲୁ। ଏଭଳି ପରିସ୍ଥିତିରେ ଆମେ କୁକୁରକୁ ବାନ୍ତି କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାହା ହୋଇପାରିଲା ନାହିଁ । ଆମେ ତା ମଳତ୍ୟାଗକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲୁ କିନ୍ତୁ କିଛି ଲାଭ ମିଳିଲା ନାହିଁ। ଏହା ପରେ ତାକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲୁ ।ଏନେଇ ଡାକ୍ତର କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ତେବେ କୁକୁରଟି ସବୁବେଳେ ଭଲ ଆଚରଣ କରୁଥିବା ବେଳେ ଏଭଳି କିଛି କରିବ ସେ କେବେ ଭାବିନଥିଲେ ଏହି ଘଟଣା ତାଙ୍କୁ ଶକ୍ତ ଝଟ୍‌କା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.