ଦଶପଲ୍ଲା ରେଳଷ୍ଟେସନ ଉଦଘାଟନ ନେଇ ଖୁସି ବ୍ୟକ୍ତ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଦଶପଲ୍ଲା ରେଳଷ୍ଟେସନ ଉଦଘାଟନ ନେଇ ଖୁସି ବ୍ୟକ୍ତ କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଦଶପଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଥିବାରୁ ଦଶପଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ସାମନ୍ତ।

ଦଶପଲ୍ଲା ରେଳଷ୍ଟେସନ ଉଦଘାଟନ ନେଇ ଖୁସି ବ୍ୟକ୍ତ କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଦଶପଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଥିବାରୁ ଦଶପଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ସାମନ୍ତ। ଏଣିକି ଦଶପଲ୍ଲାବାସୀ ସହଜରେ ଓ ସୁବିଧାରେ ବିଭିନ୍ନ ସ୍ଥାନକୁ ଗସ୍ତ କରିପାରିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୂର୍ବରୁ ସଂସଦରେ ମଧ୍ୟ ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ପ୍ରସଙ୍ଗ ଉଠାଇଥିଲେ ଡ. ସାମନ୍ତ। ବିଭିନ୍ନ ସ୍ଥାନକୁ ଗମନାଗମନ ସୁଗମ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ପ୍ରୟାସ ଆଜି ସଫଳ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି ଡ. ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.