ଯୁବତୀଙ୍କୁ ବୁଡିଯିବାର ଦେଖି ସୁଇମିଙ୍ଗ ପୁଲ କୁ ଡେଇଁ ପଡିଲା କୁକୁର, ଆଉ ତାପରେ ..

ସାଧାରଣତଃ ସମସ୍ତେ ଜାଣିଛନ୍ତି ଯେ ଦୁନିଆରେ ସବୁଠାରୁ ବିଶ୍ଵସ୍ତ ପ୍ରାଣୀ ହେଲା କୁକୁର । ନିଜର ବିଶ୍ଵସ୍ତ ପଣ ଜାହିର କରି ବେଳେବେଳେ କୁକୁରଟି ନିଜ ମାଲିକ ପାଇଁ ଏପରି କିଛି କରିଦେଇ ଥାଏ ଯାହାକୁ ସାରା ଦୁନିଆ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ । କିଛି ଏପରି ଦେଖିବାକୁ ମିଳିଛି ଭାଇରଲ ହେଉଥିବା ଏହି ଭିଡିଓରେ । ଏହି ଭିଡିଓକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ହଜାର ହଜାର ଲୋକ ଏହି ଭିଡ଼ିଓଟି ଉପରେ କମେନ୍ଟ କରିଥିବାର ମଧ୍ୟ ଦେଖାଯାଇଛି । ୨୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି ଯେ ଜଣେ ମହିଳା ବୁଡିଯିବାର ନାଟକ କରୁଛନ୍ତି ଏବଂ ନିଜ ମାଲିକକୁ ବୁଡିଯିବାର ଦେଖି ଜର୍ମନ ସେଫର୍ଡ କୁକୁରଟି ତୁରନ୍ତ ପୁଲ ଭିତରକୁ ଡେଇଁ ପଡି ମହିଳା ଜଣଙ୍କ ଚୁଟିକୁ ଧରି ଟାଣି ଟାଣି କୂଳକୁ ଆଣୁଛି । ଶେଷରେ ମହିଳା ଜଣଙ୍କ ଜୀବନ ବଞ୍ଚାଇ ବାହାରକୁ ଆଣୁଛି ।

ଅଗଷ୍ଟ ୧୯ ତାରିଖରେ ଏଣ୍ଡ୍ରିୟୁ ଏଲବର୍ଟ ନାମକ ଜଣେ ଟ୍ୱିଟର ୟୁଜର ଏହି ଭିଡ଼ିଓଟିକୁ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ ” ଯଦି ଆପଣଙ୍କ ପାଖେ ଅଛି ଜର୍ମନ ସେଫର୍ଡ ତେବେ କଣ ଆବଶ୍ୟକ ଲାଇଫ ଗାର୍ଡ ?” ଏଠାରେ ଲୋକମାନେ କୁକୁରର ଏହି ଉପସ୍ଥିତ ବୁଦ୍ଧିକୁ ବହୁତ ତାରିଫ କରିଛନ୍ତି । କିଛି ଲୋକଙ୍କୁ କୁକୁରର ଟେକନିକ ଏବଂ ଏଫର୍ଟସ ବହୁତ ପସନ୍ଦ ଆସିଛି । ତିନି ଦିନ ମଧ୍ୟରେ ଏହି ଭିଡିଓକୁ ୧.୫ ମିଲିୟନ ଭିଉ ହୋଇସାରିଛି ଏବଂ ଏକ ଲକ୍ଷରୁ ଅଧିକ ଲାଇକ ଓ ୨୫ ହଜାରରୁ ଉର୍ଦ୍ଧ୍ୱ ରିଟୁଇଟ ମଧ୍ୟ ମିଳିଛି । ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହି ଭିଡ଼ିଓର ତାରିଫ କରିଛନ୍ତି ।