ଅଛୁଆଁ ବୋଲି ଶ୍ମଶାନ ଘାଟ ପାଇଁ ଅନୁମତି ଦେଲେନି ଗ୍ରାମବାସୀ, ପୋଲ ଉପରୁ ନଦୀ ଗର୍ଭକୁ ମୃତଦେହ ଫିଙ୍ଗିଲେ ପରିବାର ଲୋକେ

ତାମିଲନାଡ଼ୁର ବନ୍ନିୟାମ୍ବଦୀ ସହରରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ୫୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ତାଙ୍କ ପରିବାର ଲୋକେ ପୋଲ ଉପରୁ ନଦୀକୁ ଫିଙ୍ଗି ଅନ୍ତିମ ସଂସ୍କାର କରିଛନ୍ତି। ଘଟଣାରୁ ଜଣାପଡ଼ିଛି, ଏମାନେ ହେଉଛନ୍ତି ଅନୁସୂଚିତ ଜାତି ବର୍ଗର। ଏମାନଙ୍କୁ ଶ୍ମଶାନ ଘାଟକୁ ଯିବାକୁ ଅନୁମତି ଦିଆଯାଇନାହିଁ। ନାରାୟଣପୁରମ୍‌ ଗ୍ରାମବାସୀ ମୃତକଙ୍କ ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ପଲାର ନଦୀ ଘାଟକୁ ଯିବାକୁ ଅନୁମତି ଦେଇ ନ ଥିଲେ। ଫଳରେ ପରିବାର ଲୋକେ ୨୦ ଫୁଟ ଉଚ୍ଚର ଏକ ପୋଲ ଉପରେ ଛିଡ଼ା ହୋଇ ନଦୀ ଗର୍ଭକୁ ମୃତଦେହ ଫିଙ୍ଗି ଦେଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁସୂଚିତ ଜାତିର ଏହି ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ପୁତୁରା କୁହନ୍ତି, ଶନିବାର ଦିନ ଯେତେବେଳେ ଆମେ ଦାଦାଙ୍କ ମୃତଦେହକୁ ଶ୍ମଶାନ ରାସ୍ତାରେ ନଦୀ ତଟକୁ ନେଇ ଯିବାକୁ ଚେଷ୍ଟା କରିଥିଲୁ, ସେହି ସମୟରେ ସେଠାରେ ବସିଥିବା ଜଣେ ଚୌକିଦାର ସେମାନଙ୍କୁ ଯିବାକୁ ମନା କରିଥିଲେ। ଚାପୁଡ଼ା ଡରରେ ତାଙ୍କ ପରିବାର ଲୋକେ ମୃତଦେହକୁ ଏକ ରଶିରେ ବାନ୍ଧିଦେଇଥିଲେ ଏବଂ ପୋଲ ଉପରେ ଛିଡ଼ା ହୋଇ ତଳକୁ ଫିଙ୍ଗି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.