ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍, ୬ ଫୁଟର ପ୍ରତିମା ବନାଇ ପ୍ରତିଦିନ ପୂଜା କରୁଛନ୍ତି ଏହି ଭାରତୀୟ ପ୍ରଶଂସକ
ଡୋନାଲ୍ଡ ଟ୍ରମ୍ପଙ୍କ ନାମ ବିଶ୍ୱର ଲୋକପ୍ରିୟ ନେତାଙ୍କ ଲିଷ୍ଟରେ ସ୍ଥାନ ପାଇଛି। ଭାରତରେ ମଧ୍ୟ ତାଙ୍କ ଜବରଦସ୍ତ ଫ୍ୟାନ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତରେ ମଧ୍ୟ ଏମିତି ଲୋକ ଅଛନ୍ତି ଯେଉଁମାନେ ତାଙ୍କୁ ବହୁତ ଭଲ ପାଉଛନ୍ତି। ଟ୍ରମ୍ପଙ୍କର ଜଣେ ଜବରଦସ୍ତ ଫ୍ୟାନ ଭାରତର ତେଳେଙ୍ଗାନା ରେ ଅଛନ୍ତି, ଯିଏ କି ଟ୍ରମ୍ପଙ୍କୁ ଭଗବାନ ମାନନ୍ତି। କେବଳ ଏତିକି ନୁହେଁ ଟ୍ରମ୍ପଙ୍କର ଏକ ପ୍ରତିମୂର୍ତ୍ତି ବନାଇ ତାଙ୍କୁ ମଧ୍ୟ ପୂଜା କରୁଛନ୍ତି।
ତେଲେଙ୍ଗାନାର ଜନଗାଓଁରେ ରହୁଥିବା ବୁସା କ୍ରୁଷ୍ଣ ଡୋନାଲ୍ଡ ଟ୍ରମ୍ପଙ୍କୁ ଭଗବାନ ବୋଲି ମାନନ୍ତି। ଟ୍ରମ୍ପଙ୍କର ଭାରତ ଭ୍ରମଣବେଳେ ସେ ବହୁତ ଥର ଚେଷ୍ଟା କରିଛନ୍ତି ତାଙ୍କୁ ଭେଟିବା ପାଇଁ। ଏଥିପାଇଁ ସେ ଭାରତ ସରକାରଙ୍କୁ ଅନେକ ଥର ଗୁହାରି ମଧ୍ୟ କରିଛନ୍ତି। ସରକାର ମଧ୍ୟ ତାଙ୍କୁ ସାକ୍ଷାତ କରାଇଦେବା ପାଇଁ କହିଛନ୍ତି। ବୁସା ଟ୍ରମ୍ପଙ୍କର ବହୁତ ବଡ ପ୍ରସଂସକ, ଏଥିପାଇଁ ସେ ନିଜ ଘର ବାହାରେ ଟ୍ରମ୍ପଙ୍କର ଏକ ୬ ଫୁଟ ଉଚ୍ଚତାର ପ୍ରତିମା ନିର୍ମାଣ କରି ତାଙ୍କୁ ପୂଜା କରୁଛନ୍ତି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କ୍ରୁଷ୍ଣ ଟ୍ରମ୍ପଙ୍କ ଦୀର୍ଘାୟୁ କାମନା କରି ଶୁକ୍ରବାରରେ ବ୍ରତ ରଖନ୍ତି। କ୍ରୁଷ୍ଣ କୁହନ୍ତି ଯେ ମୁଁ ଚାହୁଁଛି ଯେ ଭାରତ ଏବଂ ଆମେରିକା ମଧ୍ୟରେ ସୁସମ୍ପର୍କ ଗଢ଼ିଉଠୁ। ବୁସାଙ୍କ ଜଣେ ବନ୍ଧୁ କହିଛନ୍ତି ବୁସା ଟ୍ରମ୍ପଙ୍କର ଜଣେ ବହୁତ ବଡ ପ୍ରଶଂସକ। ସେ ତାଙ୍କ ଦୀର୍ଘ ଆୟୁଷ କାମନା କରି ତାଙ୍କ ପାଇଁ ବ୍ରତ ମଧ୍ୟ ରଖନ୍ତି। ଏହାଛଡା ତାଙ୍କର ଏକ ଫଟୋକୁ ସେ ସବୁବେଳେ ପାଖରେ ରଖନ୍ତି। ଟ୍ରମ୍ପଙ୍କ ପ୍ରତି ଏମିତି ପାଗଳାମି ଦେଖି ଗାଁର ଲୋକମାନେ ତାଙ୍କୁ ଟ୍ରମ୍ପଙ୍କ ନାମରେ ହିଁ ଡାକନ୍ତି ଏବଂ ତାଙ୍କ ଘରକୁ ଟ୍ରମ୍ପ ହାଉସ ବୋଲି କୁହାଯାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଗସ୍ତରେ ୨୪ ଫେବୃଆରୀରେ ଭାରତ ଆସୁଛନ୍ତି।
Jangaon: Bussa Krishna who had installed a 6-feet statue of US President Donald Trump last year & worships him, has appealed to the Government of India to fulfill his wish of meeting Trump, during his 2-day state visit to India. #Telangana pic.twitter.com/bhjjAEDv2W
— ANI (@ANI) February 18, 2020