ଜୁନ୍‌ରେ ଆସିବ ‘ବଣ୍ଟି ଔର ବବଲି’ର ସିକ୍ୱେଲ, ଏଥର ରାଣୀଙ୍କ ସହିତ ନଜର ଆସିବେ ସୈଫ

ୟଶରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍‌ ୨୬ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ୟଶରାଜ ଫିଲ୍ମର ଅଫିସିଆଲ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହାର ଏକ କ୍ଲିପ ଜାରି କରାଯାଇ ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି।

ଗଲି ବୟର ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏଥିରେ ନଜର ଆସୁଥିବା ବେଳେ ଶରଭରୀ ଓ୍ଵାଘ ଏଥିରେ ଡେବ୍ୟୁ କଳାକାର ଭାବେ ନଜର ଆସିବେ। ଏଥର ଏହି ଫିଲ୍ମରେ ରାଣୀଙ୍କ ସହିତ ସୈଫ ଅଲ୍ଲୀ ଖାନ ପ୍ରମୁଖ ଭୂମିକାରେ ନଜର ଆସିବେ। ୨୦୦୫ରେ ଆସିଥିବା ଫିଲ୍ମ ‘ବଣ୍ଟି ଔର ବବଲି’ରେ ରାଣୀ ମୁଖାର୍ଜୀ, ଅଭିଷେକ ବଚ୍ଚନ ଓ ଅମିତାଭ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.