Below header

ଆମେରିକାକୁ ଡବଲ ହରିକେନ ବିପଦ, ଫ୍ଲୋରିଡାରେ ଏମରେଜନ୍ସି ଘୋଷଣା କରିବାକୁ ରାଷ୍ଟ୍ରପତି ବାଇଡେନଙ୍କ ମଞ୍ଜୁରି

ଘନୀଭୂତ ହେଉଛି ୨ଟି ହରିକେନ ଇଡାଲିଆ ଓ ଫ୍ରାଙ୍କଲିନ୍ । ବଳ ସଂଗ୍ରହ କରି ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ବୁଧବାର ବେଳକୁ ଫ୍ଲୋରିଡା ନିକଟରେ ପହଞ୍ଚିବ । ଦକ୍ଷିଣ ଆମେରିକା ତାଣ୍ଡବ ରଚିବ ଇଡାଲିଆ । ଏନେଇ ପ୍ରସ୍ତୁତ ରହିବାକୁ କହିଛନ୍ତି ଫ୍ଲୋରିଡା ଗଭର୍ଣ୍ଣର । ଫ୍ଲୋରିଡାରେ ଏମରେଜନ୍ସି ଘୋଷଣା କରିବାକୁ ରାଷ୍ଟ୍ରପତି ବାଇଡେନ ମଞ୍ଜୁରି ଦେଇଛନ୍ତି ।

ନୂଆଦିଲ୍ଲୀ : ଆମେରିକାକୁ ଡବଲ ହରିକେନ ବିପଦ। ଘନୀଭୂତ ହେଉଛି ୨ଟି ହରିକେନ ଇଡାଲିଆ ଓ ଫ୍ରାଙ୍କଲିନ୍ । ବଳ ସଂଗ୍ରହ କରି ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ବୁଧବାର ବେଳକୁ ଫ୍ଲୋରିଡା ନିକଟରେ ପହଞ୍ଚିବ । ଦକ୍ଷିଣ ଆମେରିକା ତାଣ୍ଡବ ରଚିବ ଇଡାଲିଆ । ଏନେଇ ପ୍ରସ୍ତୁତ ରହିବାକୁ କହିଛନ୍ତି ଫ୍ଲୋରିଡା ଗଭର୍ଣ୍ଣର । ଫ୍ଲୋରିଡାରେ ଏମରେଜନ୍ସି ଘୋଷଣା କରିବାକୁ ରାଷ୍ଟ୍ରପତି ବାଇଡେନ ମଞ୍ଜୁରି ଦେଇଛନ୍ତି ।

ଗତକାଲି ଘୂର୍ଣ୍ଣି ଛଡ଼ କ୍ୟୁବାର ପଶ୍ଚିମ ତଟ ଠାରୁ ୫୦ ମାଇଲ ଦୂରରେ ଥିଲା । ଏହି ସମୟରେ ୮ ମିଲ୍ ପ୍ରତି ଘଣ୍ଟା ବେଗରେ ଏହା ଉତ୍ତର ଆଡକୁ ଗତି କରୁଛି । ଅନ୍ୟପଟେ ଆମେରିକାର ପୂର୍ବ ଉପକୂଳକୁ ହରିକେନ ଫ୍ରାଙ୍କଲିନ ବିପଦ । ଏହା ରାତିରେ ବଳ ଗୋଟାଇ ଶକ୍ତିଶାଳୀ ହୋଇଥିଲା । ତେବେ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ଏହା ଦୁର୍ବଳ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଫ୍ରାଙ୍କଲିନ ପାଇଁ ୱାର୍ଣ୍ଣିଂ ଜାରି ହୋଇନଥିଲେ ମଧ୍ୟ ଆମେରିକାର ପୂବ ଉପକୂଳରେ ପ୍ରବଳ ବର୍ଷା ଓ ପବନ ସମ୍ଭାବନା ରହିଛି । ଫ୍ରାଙ୍କଲିନ ଏବେ ବରମୁଡା ଦକ୍ଷିଣ-ପଶ୍ଚିମରେ ୪୯୦ ମାଇଲ ଦୂରରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.