Below header

ଶିଶୁପାଳଗଡ଼ ଛକରେ ନିଶାଡ଼ିଙ୍କ ଉନ୍ମତ୍ତକାଣ୍ଡ: ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଲେ

ରଣକ୍ଷେତ୍ର ପାଲଟିଲା ଶିଶୁପାଳଗଡ଼ ଛକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଲେ। ଫଳରେ ୩ ଜଣ ଆହତ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି।

ମିଳିଥିବା ଖବର ମୁତାବକ ଗତକାଲି ରାତି ୯.୩୦ ସମୟରେ ଦୁଇ ଜଣ ଦୁର୍ବୃତ୍ତ ନିଶାରେ ଚୁର୍‌ ହୋଇ ଗାଁରେ ପଇଁତରା ମାରିଥିଲେ। ଗାଡ଼ି ସାଇଡ୍‌ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ପତିତପାବନ କ୍ଲବ ସମ୍ମୁଖରେ ଲୋକଙ୍କୁ ଗାଳିଗୁଲଜ କଲେ। ହାତରେ ଖଣ୍ଡା, ଗୁପ୍ତି ଓ ଭୁଜାଲି ଭଳି ମାରଣାସ୍ତ୍ର ଧରି ଗାଁ କ୍ଲବ ଘର, ଶିଶୁପାଳଗଡ଼ ଛକ ଓ ନୂଆଗାଁ ଛକରେ ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଲେ। ଫଳରେ ୩ ଜଣ ଆହତ ହୋଇଛନ୍ତି ।

ଅପରପକ୍ଷରେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଲୋକେ ଧଉଳି ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ଜଣାଇଥିଲେ। ପରେ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲସି ମୁତୟନ କରାଯାଇଛି। ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.