ଦିଲ୍ଲୀର ଜବାହାରଲାଲ ନେହରୁ ୟୁନିଭର୍ସିଟି କନ୍‌ଭେନ୍‌ସନ୍‌ ସେଣ୍ଟରରେ NSS DAYର ବାର୍ଷିକ ଉତ୍ସବ, ଯୋଗଦେଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍ (ବ୍ୟୁରୋ): କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ ଆଜି ଦିଲ୍ଲୀର ଜବାହାରଲାଲ ନେହରୁ ୟୁନିଭର୍ସିଟି କନ୍‌ଭେନ୍‌ସନ୍‌ ସେଣ୍ଟରରେ NSS DAYର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଶିକ୍ଷା ଏବଂ ସଂସ୍କାର ସହିତ ଦେଶ ପ୍ରତି ନିଜର ବ୍ୟକ୍ତିଗତ ଅବଦାନ ଦେବା ପାଇଁ JNU ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ ଡ. ସାମନ୍ତ।

achyut samant

ଛାତ୍ରଛାତ୍ରୀମାନେ ଦେଶ ପାଇଁ ଡିଭିଡେଣ୍ଟ ହେବାକୁ ମଧ୍ୟ ଆହ୍ଵାନ ଦେଇଥିଲେ। ଉପଯୁକ୍ତ ଶିକ୍ଷା ମଣିଷକୁ କେବେ ଭୋକରେ ରଖିବ ନାହିଁ ବୋଲି କହିଥିଲେ ଡ.ସାମନ୍ତ। JNU ଆସିଥିବାରୁ ବହୁତ ଖୁସି ବୋଲି ସେ କହିଥିଲେ। ଜେଏନୟୁର ଛାତ୍ରଛାତ୍ରୀମାନେ ଖୁବ ଇଣ୍ଟେଲିଜେଣ୍ଟ । ସେମାନେ ନିଜର ମେଧାଶକ୍ତିକୁ ସୁମାର୍ଗରେ ବିନିଯୋଗ କଲେ ଦେଶରେ ଉନ୍ନତି ସାଧିତ ହେବ । ସକାରାତ୍ମକ ଦିଗରେ ଜେଏନୟୁର ଯୁବଶକ୍ତି ମେଧାଶକ୍ତିକୁ ବିନିଯୋଗ କରିବା ଉଚିତ ବୋଲି ଡ. ସାମନ୍ତ କହିଥିଲେ । ଏହି ଉତ୍ସବରେ ଓଡ଼ିଆ ପ୍ରଫେସର ଚିନ୍ତାମଣି ମହାପାତ୍ର ଏବଂ କିସ୍‌ର ପ୍ରଫେସର ଈଶ୍ୱର ଚନ୍ଦ୍ର ନାୟକ ମଧ୍ୟ ଯୋଗ ଦେଇଥିଲେ।