ମାନିବାକୁ ପଡ଼ିବ, ଦୋକାନରୁ ଦହି କିଣିବେ ବୋଲି ଅଟକାଇ ଦେଲେ ଟ୍ରେନ ! ଡ୍ରାଇଭରଙ୍କୁ ଚାକିରିରୁ ନିଲମ୍ବିତ କଲେ ରେଳମନ୍ତ୍ରୀ

ପାକିସ୍ତାନରୁ ପ୍ରତିଦିନ କିଛି ନା କିଛି ଅଜବ ମାମଲା ସାମ୍ନାକୁ ଆସୁଛି। ନିକଟରେ ଏମିତି ହିଁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ବେଶ୍‌ ଆଶ୍ଚର୍ଯ୍ୟଜନକ ରହିଛି। ଖବରରୁ ଜଣାପଡ଼ିଛି କି, ଏଠାରେ ଜଣେ ଟ୍ରେନ୍ ଡ୍ରାଇଭର ସାମାନ୍ୟ ଦହି କିଣିବା ପାଇଁ ପୂରା ଟ୍ରେନଟିକୁ ଅଟକାଇ ଦେଇଥିଲେ। ଏ ସବୁ ସେତେବେଳେ ଘଟିଥିଲା, ଯେତେବେଳେ ଲାହୋରର ଏକ ରେଳ ଷ୍ଟେସନ ନିକଟରେ ଡ୍ରାଇଭର ଏମିତି କାମ କରିଥିଲେ। ଏହି ଘଟଣା ବିଷୟରେ ଲୋକେ ଅବଗତ ହେବା କ୍ଷଣି ଏହା ବିଜୁଳି ବେଗରେ ଚାରିଆଡ଼େ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ସେଠାକାର ରେଳମନ୍ତ୍ରୀ ଦୁଇ ଜଣଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଥିଲେ।

ଏକ ରିପୋର୍ଟ ମୁତାବକ, ଏହି ଘଟଣା ଲାହୋରର କାହନା ରେଳ ଷ୍ଟେସନ ନିକଟରେ ଘଟିଛି। ଏଠାରେ ଟ୍ରେନ୍ ଡ୍ରାଇଭର ଏବଂ ତାଙ୍କ ସହାୟକ ରାସ୍ତାରେ ଟ୍ରେନ ଅଟକାଇ ଦହି କିଣିବାକୁ ଯାଇଥିବା ସମୟରେ ଏପଟେ ଦୁଇ ଜଣଙ୍କୁ ସେବାରୁ ନିଲମ୍ବିତ କରି ଦିଆଯାଇଛି। ପାକିସ୍ତାନର ସଂଘୀୟ ରେଳମନ୍ତ୍ରୀ ଆଜମ ଖାନ ସ୍ୱାତି ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଘଟଣାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଜଣେ ଟ୍ରେନ୍ ଡ୍ରାଇଭର ଟ୍ରେନକୁ ଅଟକାଉ ଥିବା ଏବଂ ଦୋକାନରୁ ଦହି କିଣୁଥିବାର ଦେଖା ଯାଉଛନ୍ତି। ଭିଡିଓ ଯେମିତି ହିଁ ଭାଇରାଲ ହୋଇଥିଲା, ତ ଲୋକମାନେ ରେଳ ବିଭାଗକୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ। କୁହାଯାଇଥିଲା ଯେ ଏଭଳିି ଅବହେଳା କାରଣରୁ ଦୁର୍ଘଟଣା ସବୁ ଘଟିଥାଏ ଏବଂ ଟ୍ରେନଗୁଡ଼ିକ ନିର୍ଦ୍ଧାରିତ ସମୟ ସୁଦ୍ଧା ପହଞ୍ଚି ପାରି ନ ଥାଏ।

ଏହି ଘଟଣା ସାମ୍ନାକୁ ଆସିବା ପରେ ରେଳମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଲାହୋର ପ୍ରଶାସନକୁ ଡ୍ରାଇଭର ରାଣା ମହମ୍ମଦ ଶାହଜାଦ ଓ ତାଙ୍କ ସହାୟକଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଏକ ବୟାନରେ ଚେତାବନୀ ଦେଇ କହିଛନ୍ତି କି, ଭବିଷ୍ୟତରେ ମୁଁ ଏଭଳି ଘଟଣାକୁ ବରଦାସ୍ତ କରିବି ନାହିଁ ଏବଂ କାହାକୁ ବି ବ୍ୟକ୍ତିଗତ କାମ ପାଇଁ ଜାତୀୟ ସମ୍ପତ୍ତିର ଉପଯୋଗ କରିବାକୁ ଅନୁମତି ଦେବି ନାହିଁ। କୁହାଯାଉଛି କି, ଏଥି ପୂର୍ବରୁ ଯାତ୍ରା ସମୟରେ ଲୋକୋମୋଟିଭ୍ ଡ୍ରାଇଭର ଏବଂ ହେଲପରଙ୍କ ଦ୍ୱାରା ମୋବାଇଲ୍ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ସେମାନଙ୍କୁ ଟ୍ରେନରେ ସେଲ୍ଫି ନେବା, ଭିଡିଓ ଏବଂ ଅଡିଓ ମେସେଜ୍ ରେକର୍ଡ କରିବାକୁ ବାରଣ କରାଯାଇଥିଲା।

Leave A Reply

Your email address will not be published.