ଡ୍ରୋନ୍‌ ବଞ୍ଚାଇଲା ଯବାନଙ୍କ ଜୀବନ, ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ

ଛତିଶଗଡ଼ : ଡ୍ରୋନ କ୍ୟାମେରା ବଞ୍ଚାଇଲା ଯବାନଙ୍କ ଜୀବନ। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଆରଣପୁର ଓ କୋଣ୍ଡାବାଲିରେ ବର୍ତ୍ତିଛନ୍ତି ଯବାନ। ମାଓ କ୍ୟାମ୍ପ ଥିବା ନେଇ ସୂଚନା ମିଳିବା ପରେ ସିଆରପିଏଫ ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲା। ତେବେ ଅପରେସନ ପୂର୍ବରୁ ଡ୍ରୋନ ସହାୟତାରେ ସେହି ଅଞ୍ଚଳର ସ୍ଥିତିର ଅନୁଧ୍ୟାନ କରିଥିଲା ସିଆରପିଏଫ। ଏଥିରେ ୩୦ଟି ଜାଗାରେ ରାସ୍ତା କାଟିଦିଆଯାଇଥିବା ଧରାପଡ଼ିଥିଲା। ଏଥିରେ ଯବାନମାନେ ସତର୍କ ହୋଇ ସେଠାରେ ପହଞ୍ଚିବା ସହ ୩ଟି ଆଇଇଡି ଜବତ କରିଛନ୍ତି। ଡ୍ରୋନର ଚିତ୍ର ଦେଖିବା ପରେ ସିଆରପିଏଫ ନିଜର ଷ୍ଟ୍ରାଟେଜି ବଦଳାଇଥିଲା। ଡ୍ରୋନ କ୍ୟାମେରାରେ କିଛି କଳା ପୋଷାକଧାରୀଙ୍କୁ ଦେଖାଯାଇଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ କହିଛନ୍ତି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.