ଛତିଶଗଡ଼: ରାଇସ୍‌ ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ମୂଲ୍ୟର ଧାନ ଓ ଅଖାବସ୍ତା ପାଉଁଶ

ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଚନ୍ଦକୁରୀ ଗାଁରେ ଥିବା ରାକେଶ ରାଇସ୍‌ ମିଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଧାନ ଓ ଅଖାବସ୍ତା ଜଳି ପାଉଁଶ ହୋଇଯାଇଛି।

ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଚନ୍ଦକୁରୀ ଗାଁରେ ଥିବା ରାକେଶ ରାଇସ୍‌ ମିଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଧାନ ଓ ଅଖାବସ୍ତା ଜଳି ପାଉଁଶ ହୋଇଯାଇଛି।

ରାଇସ୍‌ ମିଲରେ ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ସୁଯୋଗ ପାଇ ନ ଥିଲେ। ଦେଖୁ ଦେଖୁ ପୂରା ରାଇସ୍‌ ମିଲ୍‌ ନିଆଁ କବଳକୁ ଚାଲିଆସିଥିଲା। ପାଖାପାଖି ୪ରୁ ୫ ଘଣ୍ଟା କଠିନ ପରିଶ୍ରମ ପରେ ୧୫ଟି ଅଗ୍ନିଶମ ବାହିନୀ ଗାଡି ନିଆଁକୁ ଆୟତ୍ତ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୦ଟା ବେଳେ ରାକେଶ ରାଇସ୍ ମିଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ରାତି ପ୍ରାୟ ୧୧ଟା ସୁଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ, ହେଲେ ସେତେବେଳକୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା।

ତେବେ ରାଇସ୍‌ ମିଲରେ କିପରି ନିଆଁ ଲାଗିଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଏହି ଭୀଷଣ ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି, ଯଦିଓ ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। କିନ୍ତୁ ରାଇସ୍‌ ମିଲ୍‌ର ମେସିନଗୁଡ଼ିକ ଜଳି ଯାଇଥିବାରୁ କ୍ଷୟକ୍ଷତିର ଆକଳନ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.