ଚୀନରେ ଭୟଙ୍କର ଭୂମିକମ୍ପ! ୪ ମୃତ, ୧୪ ଆହତ

ଚୀନର ସିଚୁଆନ ପ୍ରଦେଶରେ ବୁଧବାର ଦ୍ୱିପ୍ରହର ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ଥିଲା ୬.୧। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଲୁଶାନ କାଉଣ୍ଟିର ୟାନ୍ନ ସହର। ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ସହର ଠାରୁ କିଛି ଦୂରରେ ଥିବା ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ହୋଇଛି, ଯେଉଁଥିରେ ଅନେକ ଘର ଭୁଶୁଡ଼ି ପଡ଼ିଥିବା ଖବର ରହିଛି। ବର୍ତ୍ତମାନ ସେଠାରୁ ଅଧିକ ସୂଚନା ମିଳିପାରି ନାହିଁ। ତେବେ ସୋସିଆଲ ମିଡିଆରେ ଭୂମିକମ୍ପ ଏବଂ ଭୂସ୍ମଖଳନର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ସ୍କୁଲ ପିଲାମାନେ ଭୟଭୀତ ହୋଇ ଦୌଡ଼ୁଥିବାର ଦେଖିବାକୁ ମିଳୁଛି। ଏପରି କି, ଏକ ଫୁଟେଜ୍‌ରେ ଡୋମେଷ୍ଟିକ୍‌ ଆକ୍ୱାରିୟମ୍‌ରୁ ମାଛଗୁଡ଼ିକ ବାହାରି ଆସୁଥିବା ଦେଖାଯାଉଛି। ତେବେ ଚୀନ ସରକାର ଏ ପର୍ଯ୍ୟନ୍ତ ଅଫିସିଆଲି ଭାବେ ମୃତ୍ୟୁ ସଂଖ୍ୟା ଘୋଷଣା କରି ନାହାନ୍ତି।