Below header

ନୂଆବର୍ଷ ସେଲିବ୍ରେସନରେ ଲାଗିଲା ଭୂକମ୍ପର ଝଟକା, ଥରିଲା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ଭୂମିକମ୍ପ । ଲୋକମାନେ ନୂଆବର୍ଷ ସେଲିବ୍ରେସନରେ ମଜ୍ଜିଥିବା ବେଳେ ଲାଗିଲା ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୮ । ରାତି ପାଖାପାଖି ୧ଟା ୧୯ବେଳେ ଭୂକମ୍ପ ଝଟକା ଲାଗିଥିଲା । ହରିଆଣାର ଇଜ୍ଜର ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।

କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗତ କିଛି ମାସ ହେବ ଦିଲ୍ଲୀରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ନଭେମ୍ବର ୨୯ରେ ଦିଲ୍ଲୀର ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.