ନୂଆବର୍ଷରେ ସାଧାରଣ ଗ୍ରାହକଙ୍କୁ ଝଟକା, ୨୫ ଟଙ୍କା ବଢିଲା ସିଲିଣ୍ଡର ଦାମ୍‌

ନୂଆବର୍ଷ ଆରମ୍ଭ ହୋଇଛି। ଆଉ ସାଧାରଣ ଗ୍ରାହକଙ୍କୁ ଝଟକା ମିଳିଛି। ୨୦୨୩ ଆରମ୍ଭ ହେବା ମାତ୍ରେ ଲୋକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡୁଛି । ଜାନୁଆରୀ ୧, ୨୦୨୩ ରୁ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠାରୁ ସିଲିଣ୍ଡର କିଣିବା ମହଙ୍ଗା ହୋଇଛି । ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ ଠାରୁ ପାଟନା ପର୍ଯ୍ୟନ୍ତ ସମସ୍ତ ସହରରେ ଗ୍ୟାସ ସିଲିଣ୍ଡର କିଣିବା ମହଙ୍ଗା ପଡିଛି।

ଜାନୁଆରୀ ୧, ୨୦୨୩ ରୁ କର୍ମସିଆଲ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି। କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ମହଙ୍ଗା ହୋଇଛି। ଘରର ଗୃହିଣୀମାନଙ୍କ ବଜେଟ ଉପରେ କିଛି ପ୍ରଭାବ ପଡିବ ନାହିଁ। କିନ୍ତୁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଇବା ମହଙ୍ଗା ହେବ ।

କର୍ମସିଆଲ ସିଲିଣ୍ଡର ଦାମ୍‌ :

ଦିଲ୍ଲୀ ୧୭୬୯ ଟଙ୍କା, ମୁମ୍ବାଇ ୧୭୨୧ ଟଙ୍କା, କୋଲକାତା ୧୮୭୦ ଟଙ୍କା, ଚେନ୍ନାଇ ୧୯୧୭ ।

ଘରୋଇ ସିଲିଣ୍ଡର ଦାମ୍‌ :

ଦିଲ୍ଲୀ ୧୦୫୩, ମୁମ୍ବାଇ ୧୦୫୨.୫, କୋଲକାତା ୧୦୭୯, ଚେନ୍ନାଇ ୧୦୬୮.୫ ଟଙ୍କା ରହିଛି ।

ଆପଣଙ୍କୁ କହି ରଖିବାକୁ ଚାହୁଁଛୁ, ଘଗେରାଇ ଗ୍ୟାସ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଶେଷ ପରିବର୍ତ୍ତନ ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ୬ ଜୁଲାଇ ୨୦୨୨ ରେ କରାଯାଇଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୩.୫ ଟଙ୍କା ବୃଦ୍ଧି ପାଇଛି । ୨୦୨୨ ମସିହା ମାର୍ଚ୍ଚ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ପରେ ମେ ମାସରେ ପୁଣିଥରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.