Below header

ନୂଆବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ବନ୍ଦ ରହିଛି ଦୋକାନ

ପୁରୀ(କେନ୍ୟୁଜ୍): ଆଜି ନୂଆବର୍ଷର ପ୍ରଥମ ଦିନ । ନୂଆବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । ପ୍ରଥମ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ସମସ୍ତେ। ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ଆଜି ବଡ଼ଦାଣ୍ଡରେ ଦୋକାନ ବନ୍ଦ ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ତଥା ଜନଗହଳି ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା କରାଯାଇଛି। ବେଳାଭୂମି ସମେତ ବଡଦାଣ୍ଡ ଓ ଶ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.