ନୂଆଦିଲ୍ଲୀ: ଆଜି ଭୋରରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪.୭ ହୋଇଥିବା ଜଣାପଡ଼ିଛି। ଭୋର ପାଖାପାଖି ୪ଟା୪୪ ମିନିଟରେ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପନ ହୋଇଥିବା ସୂଚନା ମିଳିଛି। ତେବେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ତଥ୍ୟ ମିଳିନାହିଁ। ଭୂକମ୍ପନର କେନ୍ଦ୍ରସ୍ଥଳ ଏବଂ ଗଭୀରତା ମଧ୍ୟ ଏପର୍ୟ୍ୟନ୍ତ କିଛି ଜଣାପଡ଼ି ନାହିଁ।
Next Post