ପ୍ରଚାର ମଇଦାନରେ ବଲିଉଡ୍‌ ଷ୍ଟାର , ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀ

ଝାରସୁଗୁଡ଼ା(କେନ୍ୟୁଜ୍) : ପ୍ରଚାର ମଇଦାନରେ ବଲିଉଡ୍‌ ଷ୍ଟାର । ଝାରସୁଗୁଡ଼ାରେ ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀଙ୍କ ପ୍ରଚାର । ବରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ଝାରସୁଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କ ପାଇଁ ଭୋଟ୍‌ ମାଗିଲେ ଦୁଇ ବଲିଉଡ୍‌ ଷ୍ଟାର । ଆସନ୍ତା ୧୮ ତାରିଖରେ ଏହି ନିର୍ବାଚନମଣ୍ଡଳୀରେ ଭୋଟ୍‌ ହେବ । ବିଜେଡିକୁ ଅଧିକ ମାତ୍ରାରେ ଭୋଟ୍‌ ଦେଇ ବିଜୟ କରିବା ପାଇଁ ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀ ଲୋକଙ୍କୁ ଅପିଲ କରିଥିଲେ । ଦୁଇ ଷ୍ଟାରଙ୍କୁ ଦେଖିବା ପାଇଁ ଅନେକ ଲୋକେ ଏକାଠି ହୋଇଥିଲେ । ସଧାରଣ ସଭା ପରେ ଦୁଇ କଳାକାର ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.