Below header

ଆଜି କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

କେନ୍ୟୁଜ୍ : ଆଜି କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ସକାଳ ୧୦ଟା ୩୫ରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ହେଲିପ୍ୟାଡ୍‌ରେ ପହଞ୍ଚି ରାମପୁର ଛକ ନିକଟ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସଭାରେ ଯୋଗଦେବେ । କନ୍ଧମାଳ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁରଙ୍କ ପାଇଁ ପ୍ରଚାର କରିବେ । ଏହାପରେ ୧୧ଟା ୨୫ରେ ଗଞ୍ଜାମ ଜିଲ୍ଲା ଧରାକୋଟ ହେଲିପ୍ୟାଡ୍‌ରେ ପହଞ୍ଚି ସାଧାରଣ ସଭାକୁ ସମ୍ବୋଧନ କରିବେ । ଅପରାହ୍ନ ୧୨ଟା ୫ରେ ଶଶିଭୂଷଣ ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରୁ ରୋଡ୍‌ ସୋ କରିବେ । ସୋରଡ଼ା ବ୍ଲକ୍‌ ଛକରୁ କ୍ଷେତ୍ରୀୟ ବ୍ରହ୍ମପୁର ହାଇସ୍କୁଲ ଗ୍ରାଉଣ୍ଡ ପର୍ଯ୍ୟନ୍ତ ରୋଡ୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସାଢେ ଗୋଟାଏରେ ଆସିକାରେ ଜନସଭାରେ ଉଦବୋଧନ ଦେବେ । ଅପରାହ୍ନ ୩ଟାରେ ପୋଲସରାରେ ସାଧାରଣ ସଭାରେ ଯୋଗଦେବେ ନବୀନ । ଶେଷରେ ୩ଟା ୪୦ରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗାନ୍ଧି ପଡ଼ିଆରେ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.