ବିଜେଡିରେ ମିଶିଲେ ବିଜେପି ମୁଖପାତ୍ର ବିଶ୍ୱଜିତ୍‌ ମହାନ୍ତି

ଭୁବନେଶ୍ବର(କେନ୍ୟୁଜ୍) : ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସର ନେତା । କଟକର ବିଜେପି ନେତା ତଥା ମୁଖପାତ୍ର ବିଶ୍ୱଜିତ ମହାନ୍ତି, ଆଠଗଡ଼ର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବିଜେପି ନେତା ବିଶେଶ୍ୱର ମିଶ୍ର, ତାରିଣୀସେନ ପତିଙ୍କ ସମେତ ବହୁ ବିଜେପି ଓ କଂଗ୍ରେସ ନେତା ନିଜର ସମର୍ଥକଙ୍କ ସହ ନବୀନନିବାସ ଆସି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ଦଳରେ ମିଶିଛନ୍ତି । ନବୀନ ସେମାନଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ।

joinଏହାସହିତ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି ଭଦ୍ରକ ଚାନ୍ଦବାଲି ବ୍ଲକ ଚଡ଼ଦିଆ ପଞ୍ଚାୟତର ବହୁ ନେତା ଓ କର୍ମୀ । କଂଗ୍ରେସର ଚଡ଼ଦିଆ ପଞ୍ଚାୟତ ସଭାପତି ସମେତ ବହୁ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ଅନ୍ୟ ଦଳରୁ କର୍ମୀ ଓ ନେତା ମିଶିବା ପରେ ବିଜେଡିର ସ୍ଥିତି ମଜଭୁତ ହେବ ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ ।

Leave A Reply

Your email address will not be published.