Below header

କମ୍‌ ଖାଆନ୍ତୁ, କରୋନା ଠାରୁ ଦୂରରେ ରୁହନ୍ତୁ, ଏମିତି କହିଲେ ବ୍ରିଟିଶ୍‌ କନିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ

ଲଣ୍ଡନ :  କମ୍‌ ଖାଆନ୍ତୁ, କରୋନା ଠାରୁ ଦୂରରେ ରୁହନ୍ତୁ । ଏମିତି ମନ୍ତ୍ର ଦେଇଛନ୍ତି ବ୍ରିଟିଶ୍‌ କନିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ ହେଲେନ୍‌ ହ୍ଵାଟ୍‌ଲେ । ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର କାରଣ ।

କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ । କରୋନାରୁ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ଉପଦେଶମାନ ଗବେଷକଙ୍କ ଠାରୁ ମିଳିବାରେ ଲାଗିଛି ।  କେହି କେହି ଶରୀରର ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ପାଇଁ କେତେ ପ୍ରକାର ଟିପ୍ସ ଦେଉଛନ୍ତି ତ କେହି ଭଲ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି । ହେଲେ ବ୍ରିଟିସ୍‌ କନିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ ହେଲେନ୍‌ ହ୍ଵାଟ୍‌ଲେ ନିଜ ଦେଶର ନାଗରିକଙ୍କୁ କମ୍‌ ଖାଇବାକୁ ଉପଦେଶ ଦେଇଛନ୍ତି ।

ତାଙ୍କ କହିବାର ଉଦ୍ଦେଶ୍ୟ ହେଉଛି ଯେ ଶରୀରର ଓଜନ ହ୍ରାସ କରିବା । ଓଜନ ହ୍ରାସ କଲେ କରୋନା ସଂକ୍ରମଣ ଆଶଙ୍କା ହ୍ରାସ ପାଇଥାଏ । କାରଣ ମୋଟା ପଣ କରୋନା ସଂକ୍ରମିତ ସମ୍ଭାବନାକୁ ଅଧିକ ବଢ଼ାଇ ଦେଇଥାଏ । ତେଣୁ ଲୋକେ କମ୍‌ ଖାଇ ଓଜନ କମାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହା ପଛରେ ମଧ୍ୟ କିଛି ବୈଜ୍ଞାନିକ କାରଣ ରହିଛି ।

ଜଣେ ବ୍ୟକ୍ତିର ବଡି ମାସ୍‌ ଇଣ୍ଡେକ୍ସ ୨୫ରୁ ଅଧିକ ଥିଲେ ସେ ବ୍ୟକ୍ତିଙ୍କର ଆବଶ୍ୟକତା ଠାରୁ ଅଧିକ ଓଜନ ରହିଥାଏ । ତେଣୁ ଏପରି ଲୋକଙ୍କ ଠାରେ ଅଧିକ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥାଏ ।

ଯାହାର ବଡି ମାସ୍‌ ୩୦ ଉପରେ ଥାଏ ସେମାନଙ୍କ ଠାରେ କରୋନା ମୃତ୍ୟୁ ବିପଦ ୪୦ ପ୍ରତିଶତ ଅଧିକ ଥାଏ । ତେଣୁ ଶରୀରର ଓଜନ କମାଇବା ପାଇଁ କନିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.