ଆସିଲା ସୁଶାନ୍ତ ସିଂହଙ୍କ ଭିସେରା ରିପୋର୍ଟ, ମୃତ୍ୟୁରେ ଷଡ଼ଯନ୍ତ୍ର ଥିବା କଥାକୁ ଅସ୍ୱୀକାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ଭିସେରା ରିପୋର୍ଟ ଆଜି ମୁମ୍ବାଇ ପୋଲିସର ହସ୍ତଗତ ହୋଇଛି । ଏହି ରିପୋର୍ଟ ମିଳିବା ପରେ ସୁଶାନ୍ତଙ୍କ ମୃତ୍ୟୁ ପଛରେ କୈାଣସି ଷଡ଼ଯନ୍ତ୍ର ଥିବା କଥାକୁ ମୁମ୍ବାଇ ପୋଲିସ ଅସ୍ୱୀକାର କରିଛି ।

ତେବେ ସୁଶାନ୍ତଙ୍କ ନଖ ଓ ପେଟ ଓ୍ଵାସ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କର ମୃତ୍ୟୁ ଶ୍ୱାସକ୍ରିୟାରେ ବାଧା ଜନିତ କାରଣରୁ ହୋଇଥିବା ନେଇ ରିପୋର୍ଟ ମିଳିଥିଲା ।

mahes

ସୁଶାନ୍ତଙ୍କ ମୃତ୍ୟୁ ମାମଲରେ ଏପର୍ଯ୍ୟନ୍ତ ୩୦ ଜଣଙ୍କୁ ପୋଲିସ ଜେରା କରିସାରିଛି । ଆଜି ମୁମ୍ବାଇର ସାନ୍ତାକ୍ରୁଜ୍‌ ଥାନାରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ଆଜି ପୋଲିସ ଜେରା କରିଛି ।

kangana.JPG-3

ଏଥି ସହ କରଣ ଜୋହର ପ୍ରଡକ୍ସନ ହାଉସ୍‌ ‘ଧର୍ମା ପ୍ରଡକ୍ସନ୍‌’ ର ସିଇଓଙ୍କୁ ମଧ୍ୟ ମୁମ୍ବାଇ ପୋଲିସ୍‌ ସମନ୍‌ ପଠାଇଛି । ଖୁବ୍‌ ଶୀଘ୍ର ସିଇଓଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି । ଏଥି ସହ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ଷ୍ଟେଟ୍‌ମେଣ୍ଟ ମଧ୍ୟ ଖୁବ୍‌ ଶୀଘ୍ର ନିଆଯିବ ବୋଲି ମୁମ୍ବାଇ ପୋଲିସ୍‌ କହିଛି । କଙ୍ଗନା ନିକଟରେ ଏହି ମାମଲାରେ ତାଙ୍କର ମତ ଦେବା ପାଇଁ ନିଜ ତରଫରୁ ଘୋଷଣା କରିଥିଲେ ।

sanjaya banshali

ଏଥିସହ ମୁମ୍ବାଇ ପୋଲିସ ସୁଶାନ୍ତ ସିଂହ ରାଜପୁତଙ୍କ ବୃତ୍ତିଗତ ଶତ୍ରୁତା ଦିଗକୁ ମଧ୍ୟ ତଦନ୍ତ କରୁଛି । ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂଶାଲି,ଆଦିତ୍ୟ ଚୋପ୍ରା ଓ ରମି ଜାଫ୍ରିଙ୍କୁ ମଧ୍ୟ ମୁମ୍ବାଇ ପୋଲିସ ଜେରା କରିଥିବା ଜଣାଯାଇଛି । ସୁଶାନ୍ତଙ୍କ ଘନିଷ୍ଠ ସାଙ୍ଗ, ମ୍ୟାନେଜର ଓ ରୋଷେୟାଙ୍କୁ ମଧ୍ୟ ଇତି ମଧ୍ୟରେ ଜେରା ସରିଥିବା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.