Below header

ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ୧୨  କୋଟିର ସମ୍ପତ୍ତିକୁ ଆଟାଚ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ୧୨  କୋଟିର ସମ୍ପତ୍ତିକୁ ଆଟାଚ କରିଦେଇଛନ୍ତି।  ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନ ବା ଜେକେସିଏର ଅର୍ଥ କାରବାରରେ ଗଡବଡ କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଜବତ ହୋଇଥିବା ସମ୍ପତ୍ତି ଭିତରେ ଅବଦୁଲ୍ଲାଙ୍କ ତିନୋଟି ଘର ଥିବା ଜଣାଯାଇଛି ।

୨୦୦୫ ରୁ ୨୦୧୧ ମଧ୍ୟରେ ଜେକେସିଏ ବିସିସିଆଇ ଠାରୁ ପ୍ରାୟ ୧୦୯ କୋଟି ଟଙ୍କା ଫଣ୍ଡ ଆକାରରେ ପାଇଥିବା ବେଳେ ଏହା ଭିତରୁ ଏକ ବଡ ଆକାର ଅର୍ଥ ଭାଗର ହିସାବ ମିଳୁନାହିଁ  ।   କହି ରଖୁଛୁ କି ୨୦୦୬ ରୁ ୨୦୧୨ ଜାନୁଆରୀ ପର୍ଯ୍ୟନ୍ତ ଫାରୁକ ଜେକେସିଏର ଅଧ୍ୟକ୍ଷ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.